ads

Breaking News

ନିର୍ମାଣ ଶ୍ରମିକ କାର୍ଡ ଅଛି, କିନ୍ତୁ କୌଣସି ସହାୟତା ମିଳୁନି




ନୟାଗଡ,,--- ସରକାର ବିଭିନ୍ନ ପ୍ରକାର ଯୋଜନା ପ୍ରସ୍ତୁତ କରି ଲୋକ ମାନଙ୍କୁ ସାହାଯ୍ୟ ଯୋଗାଇ ଦେଉ ଥିବାର ଡିଣ୍ଡିମ ପିଟୁଛନ୍ତି। ପ୍ରକୃତ ପକ୍ଷେ ସରକାରଙ୍କ ଯୋଜନା କେତେ ଦୂର କାର୍ୟ୍ଯକାରୀ ହେଉଛି  ତାହା ସେ ମଧ୍ୟ ଜାଣିନାହାନ୍ତି। ବର୍ଷ ବର୍ଷ ଧରି ନିର୍ମାଣ ଶ୍ରମିକ କାର୍ଡ ଥାଇ ମଧ୍ୟ କୌଣସି ପ୍ରକାର ସହାୟତା ମିଳୁନଥିବା ଏବେ ଲୋକଲୋଚନକୁ ଆସିଛି । ସୁଚନା ଯୋଗ୍ୟ ଯେ  ନୟାଗଡ ଜିଲ୍ଲାରଖଣ୍ଡପଡ଼ା ବ୍ଲକ ଅନ୍ତର୍ଗତ ରୟତ ଢୋଲମରା ହରିଜନ ସାହିର 10ରୁଉର୍ଦ୍ଧ୍ବ ମହିଳା ମାନେ ନୟାଗଡ ଜିଲ୍ଲାଶ୍ରମ ବିଭାଗ ଅଧୀନରେ ନିର୍ମାଣ ଶ୍ରମିକ କାର୍ଡ ପଞ୍ଜିକୃତ କରିଥିଲେ।ତେବେ ଏହି କାର୍ଡ ପାଇବାର ପାଞ୍ଚ ବର୍ଷରୁ ଉର୍ଢ଼ ସମୟ ବିତିଯାଇଥିବା ବେଳେ ମହିଳା ମାନେ କେବଳ କାର୍ଡ କୁ ଟ୍ରଙ୍କରେ ସାଇତି ରଖିବା ଛଡା କିଛି ସହାୟତା ପାଇ ନଥିବା ଅଭିଯୋଗ କରିଛନ୍ତି। ଜିଲା ଶ୍ରମ ବିଭାଗ ପାଖରେ ନିର୍ମାଣ ଶ୍ରମିକଙ୍କ ଲିଷ୍ଟ ଥାଇ ମଧ୍ୟଏ ମାନଙ୍କୁଅଣଦେଖା କରାଯାଇଛି ବୋଲି ସ୍ଥାନୀୟ ବୁଦ୍ଧିଜୀବୀ ମାନେ କହନ୍ତି ।ସରକାର ନିର୍ମାଣ ଶ୍ରମିକଙ୍କର ପିଲା ପଢିବା ପାଇଁ ସହାୟତା, ଗୃହ ନିର୍ମାଣ ପାଇଁ ସହାୟତା, ଝିଅ ବାହା ଘର ପାଇଁ ସହାୟତା ଭଳି ଅନେକ କିଛି ବ୍ୟବସ୍ଥା ଥିବାବେଳେଏହି ବ୍ୟବସ୍ଥା ଯେ ଏକ ମାତ୍ର ଧୂଆଁବାଣ ସଦୃଶହୋଇ ରହିଛି ତାହା ସ୍ପଷ୍ଟ ପ୍ରମାଣିତ ହୋଇଛି।ଏଣୁ ଏ ଦିଗରେ ନୟାଗଡ଼ ଜିଲ୍ଲା ପାଳ ଦୃଷ୍ଟି ଦେବାକୁ ଗ୍ରାମବାସୀ ମାନେ ଦାବି କରିଛନ୍ତି। ନୟାଗଡ଼ ରୁ ନିରଞ୍ଜନ ଦାସଙ୍କ ରିପୋର୍ଟ,୨୪/୪/୨୦୨୩----- Sakhigopal News,24/4/2023

ads

Blog Archive

Popular Posts