ads

Breaking News

ବାପା - ଝିଅଙ୍କୁ ଆକ୍ରମଣ ଘଟଣାରେ ଦୁଇ ଗିରଫ


ସାଲେପୁର---- ସାଲେପୁର ଥାନା ଅଧୀନ ମହଣ ପଞ୍ଚାୟତ ସ୍ଥିତ ପୁରଣ ଗ୍ରାମରେ ଗତ ୧୨ ତାରିଖ ସନ୍ଧ୍ୟାରେ ଜଣେ ସାଇକେଲ ଚାଳକ  ୩ ବର୍ଷର ଝିଅକୁ ଧକ୍କା ଦେଇଥିଲା । ଝିଅ ଆହତ ହୋଇ ଚିତ୍କାର କରିବାରୁ ପରିବାର ଲୋକେ ଘଟଣାସ୍ଥଳକୁ  ଆସିଥିଲେ। ସାଇକେଲ ଆରୋହୀ କୁ ପଚାରିବାରୁ  ସାଇକେଲ ଚାଳକ ଜଣକ ଆହତ ଝିଅର ବାପାକୁ ଆକ୍ରମଣ କରିବାକୁ ପଛେଇ ନଥିଲେ । ଏ ନେଇ ଆହତ ଝିଅର ମା ଦୀପା ମଲ୍ଲିକ ସାଲେପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ।  ଅଭିଯୋଗ ମୁତାବକ ପୁରଣ ଗ୍ରାମର ସୁବାସ ଚନ୍ଦ୍ର ମଲ୍ଲିକ ସାଇକେଲ ରେ ମୁନା ମଲ୍ଲିକ ଙ୍କ ଝିଅ କୁ ଧକ୍କା ଦେଇଥିଲା। ଏ ସମ୍ପର୍କରେ ପଚାରିବାରୁ ସୁବାସ ଉତ୍ୟକ୍ତ ହୋଇ ଏକ ଟାଙ୍ଗିଆ ଆଣି ମୁନା କୁ ଆକ୍ରମଣ କରିଥିଲା।ଏହି ଘଟଣାରେ ସୁବାସ ର ସ୍ତ୍ରୀ ଓ ଦୁଇ ପୁଅ ସଂପୃକ୍ତ ଥିବା ନେଇ ଅଭିଯୋଗରେ ଦର୍ଶାଯାଇ ଥିଲା।ଗୁରୁତର ଅବସ୍ଥାରେ ମୁନା ବର୍ତ୍ତମାନ  କଟକ ବଡ଼ ଡ଼ାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି।ଅଭିଯୋଗ କୁ  ଭିତ୍ତି କରି ପୋଲିସ କେସ ନମ୍ବର ୧୨୩/୨୩ ରେ ଏକ ମାମଲା ରୁଜୁ କରି ତଦନ୍ତ ଚାଲିଥିଲା।ଏଥିସହ ଘଟଣାରେ ସଂପୃକ୍ତ ସୁବାସ ର  ଜଣେ ପୁଅକୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଥିଲା।ହେଲେ ଅନ୍ୟ ଅଭିଯୁକ୍ତ ମାନଙ୍କୁ ତୁରନ୍ତ ଗିରଫ ପାଇଁ ଆଜି ଆହତ ମୁନା ଙ୍କ ପରିବାର ଓ ଗ୍ରାମବାସୀ ସାଲେପୁର ଥାନାକୁ ଯାଇ ଆଇ ଆଇ ସି ଗିରିଜା ନନ୍ଦନ ପଟ୍ଟନାୟକଙ୍କ ସହ ଆଲୋଚନା କରିବା ସହ ସେମାନଙ୍କ ଜୀବନ ପ୍ରତି ବିପଦ ଥିବା ନେଇ ପୋଲିସ ନିକଟରେ  ମୁନା ଙ୍କ ପରିବାର ଅଭିଯୋଗ  କରିଥିଲେ।ପରେ ଆଇ ଆଇ ସି ଶ୍ରୀ ପଟ୍ଟନାୟକ ଙ୍କ ନିର୍ଦ୍ଦେଶ ରେ ଏକ ପୋଲିସ ଟିମ୍ ବିଭିନ୍ନ ସ୍ଥାନରେ ଚଢାଉ କରି ଘଟଣାରେ ସଂପୃକ୍ତ ସୁବାସ ଙ୍କ ସ୍ତ୍ରୀ ସବିତା ମଲ୍ଲିକ କୁ ଗିରଫ କରି କୋର୍ଟ ଚାଲାଣ କରିଛି ବୋଲି ପୋଲିସ ସୂଚନା ଦେଇଛି।ଅପରପକ୍ଷେ ଏହି ଘଟଣାରେ ସଂପୃକ୍ତ ଥିବା ଅନ୍ୟମାନଙ୍କୁ ଖୁବ୍ ଶୀଘ୍ର ଗିରଫ କରାଯିବ ବୋଲି ପୋଲିସ କହିଛି। ସାଲେପୁର ରୁ ରଞ୍ଜନ କୁମାର ଦାସ ଙ୍କ ରିପୋର୍ଟ,୧୮/୪/୨୦୨୩---୯,୧୦ Sakhigopal News,18/4/2023

ads

Blog Archive

Popular Posts