ads

Breaking News

ଅତାବିରା ଆରଏମସି ତରଫରୁ ଏକ ଧାନ ସଂଗ୍ରହ ଓ ବିକ୍ରୟ କେନ୍ଦ୍ର ବଜାର ପ୍ରାଙ୍ଗଣ ଉଦଘାଟିତ

 
ବରଗଡ଼----  ବରଗଡ ଜିଲ୍ଲା ଅତାବିରା ବ୍ଲକ ଝିଲିମିଣ୍ଡା ଠାରେ ଅତାବିରା ଆରଏମସି ତରଫରୁ ଏକ ଧାନ ସଂଗ୍ରହ ଓ ବିକ୍ରୟ କେନ୍ଦ୍ର ବଜାର ପ୍ରାଙ୍ଗଣ ଉଦଘାଟିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ମହିଳା ବିଜୁଜନତା ଦଳର ସଭାନେତ୍ରୀ ତଥା ଅତାବିରା ବିଧାୟିକା ଶ୍ରୀମତୀ ସ୍ନେହାଗିଂନୀ ଛୁରିଆ ଯୋଗ ଦେଇ ଉକ୍ତ କେନ୍ଦ୍ର କୁ ଉଦଘାଟନ କରିଥିଲେ। ସମ୍ମାନିତ ଅତିଥି ଭାବେ ଝିଲିମିଣ୍ଡା ସରପଞ୍ଚ ପୂଜା କୁମ୍ଭାର, ଆରଏମସି ଉପାଧ୍ୟକ୍ଷ ସୁଦାମ ଜାଲ, ସମ୍ବଲପୁର କେନ୍ଦ୍ର ସମବାୟ ବ୍ୟାଙ୍କ ସଭାପତି ନରେନ୍ଦ୍ର ପ୍ରଧାନ, ଅବସରପ୍ରାପ୍ତ ବ୍ଯାଙ୍କ ମ୍ୟାନେଜର ଓଁକାରନାଥ ବାବୁ,  ଉରକୁଲୁ ପ୍ରଧାନ, କୁଲ ପ୍ରଧାନ,ଭଗବାନ ପ୍ରଧାନ ଓ ଭେଡେନ ସରପଞ୍ଚ ସଂଘ ର ସଭାପତି ପ୍ରତାପ ହୋତା,ଜିଲ୍ଲା ପରିଷଦ ସଭ୍ୟ ସତ୍ୟଜିତ ପୁରୋହିତ, ସୁବ୍ରତ ଚାନ୍ଦ, ସୁଶାନ୍ତ କୁମାର ସାହୁ ପ୍ରମୁଖ ଉପସ୍ଥିତ ଥିଲେ। ଏହି ସମୟରେ ଅତାବିରା ବ୍ଲକ ଓ ଭେଡେନ ବ୍ଲକ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ପ୍ରମୁଖ ଉପସ୍ଥିତ ଥିଲେ। ବରଗଡ଼ ରୁ ଭବାନୀ ଶଙ୍କର ପାଢୀ ଙ୍କ ରିପୋର୍ଟ,୨୫/୪/୨୦୨୩----୮,୨୫ Sakhigopal News,25/4/2023

ads

Blog Archive

Popular Posts