ads

Breaking News

ଐତିହ୍ୟ ଗ୍ରାମ ତଥା ପୁଣ୍ଯାତ୍ମା ଗୋପବନ୍ଧୁଙ୍କ ଜନ୍ମପୀଠ ପରିଦର୍ଶନ କଲେ ଜିଲାପାଳ ଭାର୍ଗବୀନଦୀରେ ବୋଟିଙ୍ଗ ପାଇଁ ଭିତିଭୂମି ଦେଖିଲେ ଜିଲ୍ଲାପାଳ




 
ସାକ୍ଷୀଗୋପାଳ ---- ପୁରୀ ଜିଲ୍ଲାର ସତ୍ୟବାଦୀ ବ୍ଳକ ର ଐତିହ୍ୟ ଉତ୍କଳମଣି ଗୋପବନ୍ଧୁ ଦାସ ଙ୍କ ସୁଆଣ୍ଡୋ ସ୍ଥିତ ଜନ୍ମପୀଠ ,ସଂଗ୍ରହାଳୟ ଓ ଉଦ୍ୟାନ ପରିଦର୍ଶନ କରିଛନ୍ତି ଜିଲାପାଳ ସମର୍ଥ ବର୍ମା ଓ ଅତିରିକ୍ତ ଜିଲାପାଳ ପ୍ରଦିପ୍ତ କୁମାର ସାହୁ। ପ୍ରଥମେ ସୁଆଣ୍ଡୋ ରେ ପହଞ୍ଚି ଜିଲ୍ଲାପାଳ ଶ୍ରୀ ବର୍ମା ଗ୍ରାମ ପ୍ରାରମ୍ଭରେ ଥିବା ଲୋକେଶ୍ୱର ମନ୍ଦିର ଦେଖିଥିଲେ।ଜିଲା ପ୍ରକଳ୍ପ ଅଧିକାରୀ ସୂର୍ଯ୍ୟକାନ୍ତ ପ୍ରଧାନ ଙ୍କ ତତ୍ୱାବଧାନରେ ଏହି ପ୍ରକଳ୍ପ ପରିଚାଳିତ ହେଉଛି  । ପର୍ଯ୍ଯଟକ ମାନଙ୍କ ସୁବିଧା ଅସୁବିଧା ସଂପର୍କରେ ଜିଲାପାଳ ପଚାରି ବୁଝିଥିଲେ  । ଟିକେଟ କାଉଣ୍ଟର ନିକଟରେ ଖରା ହେଉଥିବାରୁ ସେଠାରେ ତୁରନ୍ତ   ଛାମୁଣ୍ଡିଆ କରିବା ପାଇଁ ଓବିସିସି ଅଧିକାରୀ ଙ୍କୁ ନିର୍ଦେଶ ଦେଇଥିଲେ। ଜନ୍ମପୀଠ ପରିସର ଓ ବିଭିନ୍ନ ସ୍ଥାନରେ ସିସିଟିଭି ଲଗାଇବା ପାଇଁ ପରାମର୍ଶ ଦେଇଥିଲେ  । ରକ୍ଷଣାବେକ୍ଷଣ ଦାୟିତ୍ୱ ସଠିକ ଭାବେ କରିବାକୁ ତତ୍ୱାବଧାରକଙ୍କୁ ନିର୍ଦ୍ଦେଶ ଦେଇଥିଲେ  ।ଟିକେଟ କାଉଁଣ୍ଟରରେ ପହଂଚି ଦାୟିତ୍ୱ ରେ ଥିବା କର୍ମଚାରୀ ଙ୍କ ସହ ପର୍ଯ୍ୟଟକ ମାନଙ୍କ ପଞ୍ଜିକରଣ ବ୍ୟବସ୍ଥା ସମ୍ପର୍କରେ ପଚାରି ବୁଝିଥିଲେ। ଅନ୍ୟ ପକ୍ଷରେ  ଗ୍ରାମବାସୀଙ୍କୁ   ପାନୀୟ ଜଳଯୋଗାଣ   ୨ ଦିନ ମଧ୍ଯରେ   ତ୍ୱରାନ୍ୱିତ କରିବାକୁ ବିଭାଗୀୟ ଅଧିକାରୀ ଙ୍କୁ ପରାମର୍ଶ ଦେଇଥିଲେ  । ରାଜ୍ୟ ସରକାର ଐତିହ୍ୟ ଗ୍ରାମ କୁ ଆସୁଥିବା ପର୍ଯ୍ୟଟକମାନଙ୍କ ପାଇଁ ଭାର୍ଗବୀନଦୀରେ ବୋଟିଙ୍ଗ  କରିବା ପାଇଁ ଅର୍ଥ ମଞ୍ଜୁର କରିଛନ୍ତି। ତୁରନ୍ତ ଏହି ପ୍ରକଳ୍ପ କାର୍ଯ୍ୟ ଆରମ୍ଭ କରାଯିବ। ଏହାର ଭିତିଭୂମି କାର୍ଯ୍ଯ ଆରମ୍ଭ ସ୍ଥାନ ଜିଲ୍ଲାପାଳ ପରିଦର୍ଶନ କରିବା ସହ  ଏହିକାମ ତୁରନ୍ତ ଆରମ୍ଭ କରାଯିବ  ବୋଲି କହିଥିଲେ  । ଅନ୍ଯମାନଙ୍କ ମଧ୍ଯରେ  ସତ୍ଯବାଦୀ ତହସିଲଦାର ଜୟନ୍ତ କୁମାର ଜୟସିଂହ, ଅତିରିକ୍ତ ବିଡିଓ ଅରକ୍ଷିତ ପ୍ରଧାନ   , ଗ୍ରାମ୍ୟ ପାନୀୟ ଜଳଯୋଗାଣ ବିଭାଗ ଉପଖଣ୍ଡ ଅଧିକାରୀ, ସହକାରୀ ଯନ୍ତ୍ରୀ, ଓଡିଶା ସେତୁ ନିର୍ମାଣ ନିଗମ ଅଧିକ୍ଷଣ ଯନ୍ତ୍ରୀ ସୁନ୍ଦର ମାଧବ ପାଢୀ, ଉପଖଣ୍ଡ ଅଧିକାରୀ ଜ୍ଯୋତି ଶଙ୍କର ନାୟକ, ଜିଲା ସୂଚନା ଲୋକସଂପର୍କ ଅଧିକାରୀ ସନ୍ତୋଷ କୁମାର ସେଠି ,ଜିଲ୍ଲା ସଂସ୍କୃତି ଅଧିକାରୀ ହେମନ୍ତ ବେହେରା, ଜିଲାସଂସ୍କୁତି ଅଧିକାରୀ ଓ ପଣ୍ଡିତ ଉତ୍କଳମଣି ଗୋପବନ୍ଧୁ ମେମୋରିଆଲ ଟ୍ରଷ୍ଟ ବୋର୍ଡ ସଦସ୍ଯ ତଥା ସାମ୍ବାଦିକ ଧୀରେନ୍ଦ୍ର ନାଥ ଦାସ ପ୍ରମୁଖ ଉପସ୍ଥିତ ରହିଥିଲେ  । ପରେ ଜିଲ୍ଲାପାଳ ସତ୍ୟବାଦୀ ରେ ନିର୍ମାଣ ହେଉଥିବା ଓଡ଼ିଆ ବିଶ୍ୱବିଦ୍ୟାଳୟ ର ନିର୍ମାଣ କାର୍ଯ୍ୟ ସମୀକ୍ଷା କରିଥିଲେ। ସାକ୍ଷୀଗୋପାଳ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୨୦/୪/୨୦୨୩----୭,୧୦ Sakhigopal News,20/4/2023

ads

Blog Archive

Popular Posts