ads

Breaking News

୯୭ଗ୍ରାମ ହିରୋଇନ୍ ଜବତ,ଯୁବକ ଗିରଫ


ପୁରୀ---- ପୁରୀ ଜିଲ୍ଲା ଅବକାରୀ ଅଧିକ୍ଷକ ଶ୍ରୀ ଜଗଦୀଶ ଚନ୍ଦ୍ର ସାମଲଙ୍କ ନିର୍ଦେଶ କ୍ରମେ ପୁରୀ ଜିଲ୍ଲା ସଦର ରେଞ୍ଜର ନିରୀକ୍ଷକା ଶ୍ରୀମତୀ ମାନସୀ ସାହୁଙ୍କ ନେତୃତ୍ୱରେ ଏକ ଟିମ ସଦର ଥାନା ଅଧୀନରେ ଥିବା କାସିହରିପୂର୍ ଅଂଚଳରେ ଚଢ଼ାଉ କରିଥିଲେ। ସୌମ୍ୟରଞ୍ଜନ ପଣ୍ଡା,ବୟସ - ୨୭ବର୍ଷ ,ପିତା ଶ୍ରୀ କାନ୍ତ ପଣ୍ଡା , ଗ୍ରାମ- ନୀଳଚକ୍ର ନଗର,ଅଠରନଳା,ଥାନା - ସଦର । ସୌମ୍ୟରଞ୍ଜନକୁ ପୋଲିସ ଗିରଫ କରି ତାଙ୍କ ଠାରୁ ୯୭ଗ୍ରାମ ହିରୋଇନ୍ ଜବତ କରିଛି। ଜିଲ୍ଲା ସଦର ରେଞ୍ଜ କେସ ନଂ ୧୩/୨୩-୨୪ରୁଜୁ କରି କୋର୍ଟ ଚାଲାଣ କରିଥିଲା। ଜାମିନ ନାମଞ୍ଜୁର ହେବାରୁ ପୁରୀ କାରଗାରକୁ ପଠାଯାଇଛି। ଜବତ ହିରୋଇନ୍ ର ମୂଲ୍ୟ ପ୍ରାୟ ୯,୭୦,୦୦୦/-ଟଙ୍କାରୁ ଉର୍ଦ୍ଧ ହେବ । ଏହି ଚଢ଼ାଉରେ ଅବକାରୀ ଉପ ନିରୀକ୍ଷକ ବିନୋଦ ବାସ୍କେ, ଓ ସ୍ଵୟଂ ପ୍ରଜ୍ଞା ପ୍ରିୟଦର୍ଶିନୀ ନାୟକ, ଏ ଏସ ଇ ମାନସ କୁମାର ମିଶ୍ର, ସନ୍ତୋଷ ନାୟକ ଏବଂ କର୍ମଚାରୀ ସଞ୍ଜୀବ ହସ୍ତି ,ପ୍ରବୀଣ ବିରାଜ କୀରୋ, ଫିରୋଜ ମହାନଦୀଆ, ଜ୍ୟୋତି ସ୍ମିତା ଡଙ୍ଗୁଆ ,ଆଶିଷ ପ୍ରଧାନ ଦାସ ପ୍ରମୁଖ  ସାମିଲ ଥିଲେ। ଧୀରେନ୍ଦ୍ର ସେନାପତି,୨୭/୪/୨୦୨୩----୮,୫୫ Sakhigopal News,27/4/2023

ads

Blog Archive

Popular Posts