ads

Breaking News

ରାଜ୍ୟ ସ୍ତରୀୟ ଦିବାରାତ୍ରି ଭଲିବଲ ଟୁର୍ନାମେଣ୍ଟ ଉଦଯାପିତ

 
କନ୍ଧମାଳ----  ବାଲିଗୁଡା ବିଜୁ ପଟ୍ଟନାୟକ ମିନି ଷ୍ଟାଡିୟମ ଠାରେ ଆୟୋଜିତ ଏସ.ଡି.ଏ କପ୍ ରାଜ୍ୟ ସ୍ତରୀୟ ଦିବାରାତ୍ରି ଭଲିବଲ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଅଛି l ଉଦଯାପନୀ ଦିବସ ରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ନନ୍ଦିନୀ ମଳିକ,ବାଲିଗୁଡା ବିଧାୟକ ଚକ୍ରମଣୀ କଂହର,କନ୍ଧମାଳ ସାଂସଦ ଙ୍କ ବାଲିଗୁଡା ପ୍ରତିନିଧି ଟୁନା ଦାସ, ଏନ.ଏ.ସୀ ଅଧ୍ୟକ୍ଷ ଗୋବିନ୍ଦ ପ୍ରଧାନ ଓ ଉପାଧ୍ୟାକ୍ଷା ଶାନ୍ତି ନାୟକ ଯୋଗ ଦେଇଥିଲେ l ଗତ ମାର୍ଚ୍ଚ 5 ତାରିଖ ରୁ ଆରମ୍ଭ ହୋଇଥିବା ଏହି ରାଜ୍ୟ ସ୍ତରୀୟ ଭଲିବଲ ଟୁର୍ନାମେଣ୍ଟ ର ସଫଳ ଆୟୋଜନ ଓ ସହଯୋଗ ନେଇ ଉପଖଣ୍ଡ କ୍ରୀଡା ସଂଘ ପକ୍ଷରୁ ନିମନ୍ତ୍ରିତ ଅତିଥି ବୃନ୍ଦ ଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା l ରାଜ୍ୟ ସରକାର  କ୍ରୀଡା କୁ ଗୁରୁତ୍ୱ ପ୍ରଦାନ କରୁଥିବା ବେଳେ ଗ୍ରାମାଞ୍ଚଳ ରେ କ୍ରୀଡା ର ବିକାଶ  ଓ ପ୍ରତିଭାବାନ କ୍ରୀଡ଼ାବିତ ସୃଷ୍ଟି କରିବା ନେଇ ବିଭିନ୍ନ ପଦକ୍ଷେପ ଗ୍ରହଣ କରିଛନ୍ତି l କନ୍ଧମାଳ ଜିଲ୍ଲା ରେ ଢ଼ାବା ଭଲିବଲ ପ୍ରତି ଯୁବ ଗୋଷ୍ଟି ଙ୍କ ବେଶ ଆଗ୍ରହ ରହିଥିବା ବେଳେ ଏହି ପାରମ୍ପରିକ ଢ଼ାବା ଭଲିବଲ କୁ ଉଦ୍ଜୀବିତ ରଖିବାକୁ କନ୍ଧମାଳ ସାଂସଦ ଡ଼ଃ ଅଚ୍ୟୁତ ସାମନ୍ତ ଙ୍କ ଅନୁଦାନ, ବାଲିଗୁଡା ବିଧାୟକ ଚକ୍ରମଣୀ କଂହର ଓ ସାଂସଦ ପ୍ରତିନିଧି ଟୁନା ଦାସ ଙ୍କ ସହଯୋଗ ରେ ଉପଖଣ୍ଡ କ୍ରୀଡା ସଂଘ ପକ୍ଷରୁ ଏହି ରାଜ୍ୟ ସ୍ତରୀୟ ଦିବାରାତ୍ର ଟୁର୍ଣ୍ଣାମେଣ୍ଟ ଆୟୋଜନ କରାଯାଇଛି l ରାଜ୍ୟ ସ୍ତରୀୟ ଏହି ଭଲିବଲ ଟୁର୍ନାମେଣ୍ଟ ର ଫାଇନାଲ ମ୍ୟାଚ ବାରଖମା ଓ ଗୁମା ସିକ୍ସ ମଧ୍ୟରେ ଖେଳା ଯାଇଥିବା ବେଳେ ଗୁମା ସିକ୍ସ  3-1 ସେଟ ରେ ବିଜୟୀ ହୋଇଛି l ବିଜୟୀ ଓ ରନର୍ସ ଟିମ କୁ ଟ୍ରଫି ସହ ନଗଦ ଟଙ୍କା ପୁରସ୍କୃତ କରାଯାଇଥିଲା l ଏହି ଦିବାରାତ୍ରି ଟୁର୍ଣ୍ଣାମେଣ୍ଟରେ  ହଜାର ହଜାର ସଂଖ୍ୟା ରେ ଜନସାଧାରଣ, ବୁଦ୍ଧିଜୀବୀ, ଯୁବଗୋଷ୍ଟି ସାମିଲ ହୋଇ କ୍ରୀଡ଼ାବିତ ଙ୍କୁ ଉତ୍ସାହିତ କରିଥିଲେ l କନ୍ଧମାଳ ରୁ ମନୋଜ କୁମାର ପଣ୍ଡାଙ୍କ ରିପୋର୍ଟ,୧୩/୩/୨୦୨୩----୯,୫୫ Sakhigopal News,13/3/2023

ads

Blog Archive

Popular Posts