ads

Breaking News

ତହସିଲଦାର ଙ୍କୁ ବଦଳି ଓ ଅମିନଙ୍କ ଚାକିରୀ ରୁ ନିଲମ୍ବିତ ଦାବିରେ ଅନୁସୂଚିତ ଜନଜାତି ମହିଳାଙ୍କ ଗଣିଆ ତହସିଲଦାରଙ୍କ ଅଫିସଘେରାଉ

 

 
ନୟାଗଡ଼ ----ସାତ ଦଫା ଦାବି ନେଇ ଆଜି ନୟାଗଡ ଜିଲ୍ଲାର ଗଣିଆ ତହସିଲଦାରଙ୍କ ଅଫିସ କୁ ଘେରାଉ କରାଯାଇଥିଲ  । ଗଣିଆ ମଣ୍ଡଳର ଅନୁ ସୂଚିତ ଜନ ଜାତି ମହିଳା ମାନେ ଏହି ଘେରାଉରେ ସାମିଲ ହୋଇଥିଲେ। ଶହେ ରୁ ଉର୍ଦ୍ଧ୍ବ ମହିଳା ମାନେ ଗଣିଆ ପୂର୍ତ୍ତ ବିଭାଗ ବଙ୍ଗଳା ଠାରୁ ବାହାରି ବିଭିନ୍ନ ସ୍ଲୋଗାନ ଦେଇ ଗଣିଆ ବଜାର ପରିକ୍ରମା କରି ତହସିଲଦାର ଙ୍କ ଅଫିସ ସମ୍ମୁଖରେ ପହଞ୍ଚି ମୁଖ୍ୟ ଫାଟକ ପାଖରେ ବସିଥିଲେ।ତାଙ୍କର ଦାବିରେ ରହିଛି ତହସିଲଦାର ଙ୍କୁ ବଦଳି, ଏଠାରେ ଥିବା ଅମିନଙ୍କୁ ଚାକିରୀ ରୁ ନିଲମ୍ବିତ, ସରକାରି ଜାଗାରେ ଦୀର୍ଘଦିନ ହେଲା ବସ ବାସ କରି ରହିଥିବା ପରିବାର ଙ୍କୁ ଘର ଡିହ ପଟା ପ୍ରଦାନ, ଜାତିଆଣ୍ଆକ୍ଷେପ ବନ୍ଦକରିବା, ସରକାରୀ ଜାଗାରେ ଘର କରି ରହିଥିବା ଅନୁସୂଚିତ ଜନଜାତି ମହିଳା ଙ୍କୁ ଉଛେଦ ନ କରି ସ୍ଥାୟୀ ପଟା ପ୍ରଦାନ ଆଦି ଦାବି ରହିଛି । ସାତ ଦିନ ମଧ୍ୟରେ ଦାବି ପୂରଣ ନ ହେଲେ ଆଗାମୀ ଦିନରେ ଆନ୍ଦୋଳନ ଯୋର ତେଜିବା ସହ ଅନଶନ କରିବା ପାଇଁ ବାଧ୍ୟ ହେବେ ବୋଲି ଚେତାବନୀ ଦେଇଛନ୍ତି ।
ନୟାଗଡ଼ ରୁ ନିରଞ୍ଜନ ଦାସଙ୍କ ରିପୋର୍ଟ,୨୪/୩/୨୦୨୩----୮,୪୫ Sakhigopal News,24/3/2023

ads

Blog Archive

Popular Posts