ads

Breaking News

ସତ୍ୟବାଦୀରେ ନେତୃତ୍ୱ ବିକାଶ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ

  


 ସାକ୍ଷୀଗୋପାଳ---- ସତ୍ୟବାଦୀ ବ୍ଳକ ଅନ୍ତର୍ଗତ ଦାସବିଦ୍ୟାଧରପୁର ସମବାୟ ସମିତି କାର୍ଯ୍ୟାଳୟ ପରିସରରେ ନ୍ୟାସନାଲ କୋପରଟି ୟୁନିୟନ ଅଫ ଇଣ୍ଡିଆ ଅନୁଷ୍ଠାନ ପକ୍ଷରୁ ନେତୃତ୍ୱ ବିକାଶ ପାଇଁ ଏକ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରର ମୁଖ୍ୟ ଲକ୍ଷ୍ୟ ହେଉଛି ଗୋଟିଏ ପରିବାରର ଜଣେ ପୁରୁଷ ବା ନାରୀ ଯେପରି ଘର ଚଳାଇଥାନ୍ତି ଠିକ ସେହିପରି ବିଭିନ୍ନ ମହିଳା ଗୋଷ୍ଠୀ ଓ ସମବାୟ ସମିତିର ନେତୃତ୍ୱ ନେଇ ଅନୁଷ୍ଠାନକୁ ଆଗେଇ ନେବାକୁ ହେବ ବୋଲି ନାରୀନେତ୍ରୀ ତଥା ପୁରୀ ଜିଲ୍ଲାର ପୁରାତନ ମହିଳା ଗୋଷ୍ଠୀର ନେତ୍ରୀ କନକଲତା ପଣ୍ଡା ଅତିଥି ଭାବେ ଯୋଗ ଦେଇ ଏହା  କହିଛନ୍ତି ।  ରାଜ୍ୟ ସରକାର ଏବେ ମିଶନ ଶକ୍ତି ଦ୍ୱାରା ମହିଳା ମାନଙ୍କୁ ସ୍ୱାବଲମ୍ବୀ କରିବା ସହିତ ଏବେ ସମବାୟ ସହିତ ଜଡିତ କରିଥିବାରୁ ଶ୍ରୀମତି ପଣ୍ଡା ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଦେଇଛନ୍ତି । ଅନ୍ୟ ମାନଙ୍କ ମଧ୍ୟରେ ନ୍ୟାସନାଲ କୋପରଟି ୟୁନିୟନ ଅଫ ଇଣ୍ଡିଆ ଅନୁଷ୍ଠାନର ସଂଯୋଜକ ଆଲୋକ ରଞ୍ଜନ ପଟ୍ଟନାୟକ, ପି.କେ ମଲ୍ଲ ଓମହିଳା ସଂଯୋଜିକା ଲିଲି ନାୟକଙ୍କ ସହିତ ଉପସଭାନେତ୍ରୀ ମିନାକ୍ଷୀ ମହାପାତ୍ର ପ୍ରମୁଖ ଯୋଗଦେଇ ମହିଳା ମାନଙ୍କ ସହିତ ସମବାୟସମିତିର ସମ୍ପାଦକ ମାନେ କିପରି ନେତୃତ୍ୱ ନେଇ ସଂସ୍ଥାକୁ ଆଗେଇ ନେବାକୁ ପଡିବ ସେ ସମ୍ପର୍କରେ ତାଲିମ ପ୍ରଦାନ କରିଥିଲେ ।  ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୧୮/୩/୨୦୨୩---୭.୧୦   Sakhigopal News, 18/3/2023

ads

Blog Archive

Popular Posts