ads

Breaking News

ଗ୍ରାହକଙ୍କୁ ଦୁବ୍ୟବହାର କରି ଟାଟା ପାଓ୍ବାରର ଆରପିଓ ହଟହଟ , କ୍ଷମା ପ୍ରାଥନା ମାଗିଲେ

 

 
କନ୍ଧମାଳ---  କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ର ସ୍ଥାନୀୟ ବିଦ୍ୟୁତ ଗ୍ରାହକଙ୍କୁ ଦୁବ୍ୟବହାର କରି ଟାଟା ପାଓ୍ବାରର ଆରପିଓ ଲୋକଙ୍କ ଆକ୍ରୋସର ଶୀକାର ହୋଇଛନ୍ତି।ଘଟଣାଟି ଘଟିଛି ବାଲିଗୁଡା ଆଣ୍ଟସାହି ଠାରେ ।ଘଟଣା ପ୍ରକାରେ କେ ଲକ୍ଷ୍ମିନାରାୟଣ ପାତ୍ର ଘର ଆଣ୍ଟସାହି ବାସିନ୍ଦାଙ୍କ ବିଦ୍ୟୁତ ବିଲ ଆଠହଜାର ଆଠଶହ ଟଙ୍କା ବକେୟା ଥିଲା ।ସେଥିପାଇଁ ବାଲିଗୁଡା ବିଦ୍ୟୁତ ବିଭାଗର କର୍ମଚାରୀ ତାଙ୍କ ବିଦ୍ୟୁତ ଗତକାଲି  ବିଛିହ୍ନ କରିଥିଲେ । କେ ଲକ୍ଷ୍ମିନାରାୟଣ ପାତ୍ର ଆଜି ବକେୟା ଅର୍ଥକୁ ସଂପୂର୍ଣ୍ଣ ଭାବରେ ପୈଠ କରି ବିଦ୍ୟୁତ କନେକ୍ସନ ଚାର୍ଜ କରିବାକୁ ଦାଇତ୍ବରେ ଥିବା ଟାଟା ପାଓ୍ବାରର ଆରପିଓ ଦିବ୍ୟରଞ୍ଜନ ହରିଶ୍ଚନ୍ଦ୍ରଙ୍କୁ ଫୋନ କରି ଅନୁରୋଧ କରିଥିଲେ । ଫୋନରେ କେ ଲକ୍ଷ୍ମିନାରାୟଣ ପାତ୍ରଙ୍କ ପୁଅ ଜଳେଶ୍ବର ପାତ୍ର ଆରପିଓଙ୍କୁ ବିଦ୍ୟୁତ ସଂଯୋଗ କରିବା ପାଇଁ କହିବାରୁ ଆରପିଓ ଗାଳିଗୁଳଜ କରିଥିବା ଅଭିଯୋଗ କରିଛନ୍ତି   ।ଘଟଣା ପ୍ରଘଟ ହେଲାପରେ ଏହାକୁ ବିରୋଧକରି ଟାଟା ପାଓ୍ବାର ଗାଡି ଓ କର୍ମଚାରୀଙ୍କୁ ଦୀର୍ଘ ଘଣ୍ଟାଧରି ଅଟକ ରଖିଥିଲେ ସାହିବାସିନ୍ଦା ।ଆରପିଓଙ୍କୁ ଚାକିରିରୁ ବହିଷ୍କାର ଓ ଆରେଷ୍ଟ କରାଯିବାକୁ ଲୋକମାନେ ଅଡି ବସିଥିଲେ ।ଶେଷରେ ପୋଲିସ ସହାୟତରେ ଆରପିଓ ଦିବ୍ୟଶଙ୍କର ହରିଶ୍ଚନ୍ଦ୍ର ଆଣ୍ଟସାହି ଠାରେ ପହଁଚି ସାହିବାସିନ୍ଦା ଆଗରେ କ୍ଷମା ପ୍ରାଥନା ମାଗିବା ସହିତ ହାତଯୋଡି ଭୁଲ ମାଗିଥିଲେ ।ତାହାପରେ ପରିସ୍ଥିତି ଶାନ୍ତ ପଡିଥିବା   । କନ୍ଧମାଳ ରୁ ମନୋଜ କୁମାର ପଣ୍ଡାଙ୍କ ରିପୋର୍ଟ,୩୦/୩/୨୦୨୩----୭,୧୦ Sakhigopal News,30/3/2023

ads

Blog Archive

Popular Posts