ads

Breaking News

ନବନିର୍ମିତ ଗାୟତ୍ରୀ ମନ୍ଦିର ପ୍ରତିଷ୍ଠା ଉତ୍ସବ

 
ବରଗଡ଼---  ବରଗଡ ଜିଲ୍ଲା ଭେଡେନ ବ୍ଲକ ରେମଣ୍ଡା ଠାରେ ନବନିର୍ମିତ ଗାୟତ୍ରୀ ମନ୍ଦିର  ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହୋଇଯାଇଛି।  ଏହି ଉତ୍ସବ ୪ ଦିନ ଧରି ଚାଲିବ। ଏଥିରେ ୨୪ କୁଣ୍ଡିୟ ଗାୟତ୍ରୀ ମହାଯଜ୍ଞ ପାଇଁ କଳସଯାତ୍ରା ହୋଇଥିଲା । ହଜାର ହଜାର ସଂଖ୍ୟାରେ ମହିଳା କଳସ ଶୋଭାଯାତ୍ରା ବାହାରି ରେମଣ୍ଡା ଗ୍ରାମ ପରିକ୍ରମା କରି ୨୪ କୁଣ୍ଡିୟ ଯଜ୍ଞ ସ୍ଥଳ ରେ ପହଞ୍ଚି କଳସ ସ୍ଥାପନ କରିଥିଲେ। ଏହି ସମୟରେ ସଂକ୍ରିତନ, ଘଣ୍ଟ, ଶଂଖ ବାଜି  ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା। ଏଥିରେ କର୍ତା ଭାବରେ ଡାଃ ଶିବନାରାୟଣ ଶତପଥୀ ଓ ଧର୍ମପତ୍ନୀ  ସମେତ ୨୨ ଜଣ ସପତ୍ନିକ ଦାଇତ୍ବ ତୁଲାଇଛନ୍ତି। ଏଥିରେ ହରିଦ୍ଵାର ଶାନ୍ତିକୁଂଜ ରୁ ଆସିଥିବା ରେମଣ୍ଡା ଗ୍ରାମର ସୁପୁତ୍ର ମୀନକେତନ ପାତ୍ର ରିତିନୀତି ଅନୁସାରେ ପୁଜା କାର୍ଯ୍ୟ ତୁଲାଉଛନ୍ତି। ଏଥିରେ ଗାୟତ୍ରୀ ପରିବାର ପକ୍ଷରୁ ପୂର୍ଣ୍ଣ ଚନ୍ଦ୍ର ମେହେର, ରାମ ଚନ୍ଦ୍ର ଭୋଇ, ଏକାଦଶିଆ ହଟେଇ, ହାରାଚାନ୍ଦ ସାଥୁଆ, ଗଙ୍ଗା ସାଥୁଆ,ଅମୂଲ୍ୟ ମେହେର, ଧର୍ମରାଜ କର ସମେତ ଅନ୍ୟାନ୍ୟ ସମସ୍ତ ସଦସ୍ଯ ଉପସ୍ଥିତ ରହି ସହଯୋଗ କରୁଛନ୍ତି । ଏଥିରେ ଗଣେଶ ପୂଜା କମିଟି ପକ୍ଷରୁ ଥଣ୍ଡା ପାନୀୟ ଜଳର ସୁବିଧା କରାଯାଇଛି। ଏଥିରେ ଗ୍ରାମ ର ସମସ୍ତ ସାମାଜିକ ଅନୁଷ୍ଠାନ ଓ ଗ୍ରାମବାସୀ ସହଯୋଗ କରୁଛନ୍ତି। ବରଗଡ଼ ରୁ ଭବାନୀ ଶଙ୍କର ପାଢୀ ଙ୍କ ରିପୋର୍ଟ,୧୯/୩/୨୦୨୩---୯,୪୫ Sakhigopal News,19/3/2023

ads

Blog Archive

Popular Posts