ads

Breaking News

ସତ୍ୟନାରାୟଣ ପୂଜା ସଂସଦ ପକ୍ଷରୁ ବାଦି ପାଲା ଅନୁଷ୍ଠିତ



ସାକ୍ଷୀଗୋପାଳ ---- ଦୀର୍ଘ ବର୍ଷ ଧରି ଏହି ପରମ୍ପରାକୁ ବଜାୟ ରଖିଆସିଛନ୍ତି  ସତ୍ୟବାଦୀ ବ୍ଲକ ଅନ୍ତର୍ଗତ  ପଞ୍ଚଗ୍ରାମ ହିରଣ୍ୟପଡା, ବସନ୍ତମାଳ,ଜିପୁର, କାହ୍ନପୁର,ଓ ଷୋଳହଳ ଗ୍ରାମର ମିଳିତ ସହଯୋଗରେ ଏହି ବାଦି ପାଲା ଅନୁଷ୍ଠିତ ହେଉଛି।  ଆଞ୍ଚଳିକ ସତ୍ୟନାରାୟଣ ପୂଜା ସଂସଦ କମିଟିର ସଦସ୍ୟମାନେ ଏହି ବାଦି ପାଲା ପରିବେଷଣ କରିଥିଲେ। ୨୫ ତାରିଖ ଶନିବାର ଠାରୁ ଆରମ୍ଭ ହୋଇ୨୯ ତାରିଖ ବୁଧବାର ଦିନ ରାତିରେ ଉଦଯାପିତ ହେବ । ବାଦି ପାଲା ପ୍ରତ୍ୟହ ସନ୍ଧ୍ୟା ୭ ଘଟିକା ଠାରୁ ହୋଇ ରାତ୍ର ୧ଘଟିକା ପର୍ଯ୍ୟନ୍ତ ୫ ଦିନ ଧରି ବସନ୍ତମାଳ ହାଟ ପଡ଼ିଆ ଠାରେ   ପରିବେଷଣ କରାଯାଉଛି। ବାଦି ପାଲା ସ୍ୱନାମଧନ୍ୟ ଗାୟକ ପ୍ରଦ୍ୟୁମ୍ନ ପାତ୍ର ଓ ଆଦିତ୍ୟ ନାରାୟଣ ବେହେରା ମଧ୍ୟରେ ଅନୁଷ୍ଠିତ ହୋଇଛି। ଅନୁଷ୍ଠାନର ସଦସ୍ୟମାନେ ପାଲା ସଂସ୍କୃତିକୁ ବଜାୟ ରଖିବା ପାଇଁ ପ୍ରୟାସ କରିଥିବାରୁ ଉଭୟ ଗାୟକ ସାଧୁବାଦ ଜଣାଇଥିଲେ। ସାକ୍ଷୀଗୋପାଳ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୨୭/୩/୨୦୨୩----୯,୧୦ Sakhigopal News,27/3/2023

ads

Blog Archive

Popular Posts