ads

Breaking News

୧୯୯୫ ମାଟ୍ରିକ ବ୍ୟାଚର ଛାତ୍ରୀ ମାନଙ୍କର ବନ୍ଧୁମିଳନ


ସାକ୍ଷୀଗୋପାଳ----ସାକ୍ଷୀଗୋପାଳ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ୧୯୯୫ ମସିହା ବ୍ୟାଚର ଛାତ୍ରୀ ମାନଙ୍କର ମନ୍ଦିର ନିକଟ ପାନ୍ଥଶାଳା ରେ ସୁଜାତା ମେକାପ ଓ ନମିତା ଦାଶଙ୍କ ତତ୍ବାବଧାନରେ ଏକ ବନ୍ଧୁ ମିଳନ ଅନୁଷ୍ଠିତ ହୋଇଯାଇଛି। ଏଥିରେ ପ୍ରାୟ ତିରିଶ ଜଣ ସାଥି ଯୋଗ ଦେଇଥିଲେ। ପ୍ରଥମେ ସେହି ପିଲାଦିନର ବା ବିଦ୍ୟାଳୟ ସମୟର ସୃତି ମନେପକାଇ ଥିଲେ । ସେହିପରି ଏକ ସଂଗଠନ କରାଯାଇଥିଲା ସେହି ସଂଗଠନର ନାମ କରଣ କରାଯାଇଥିଲା ନାରୀ ଶକ୍ତି କମ ନୁହେଁ । ଆଜିର ଦିନରେ ନାରୀ ବିନା କିଛି ହୋଇପାରିବ ନାହିଁ ଏହାକୁ ଅନୁଭବ କରି ସରକାର ନାରୀ ମାନଙ୍କୁ ପ୍ରୋତ୍ସାହନ ଦେଇଛନ୍ତି । ତାହା କୁ ମଧ୍ୟ ସତ୍ୟରେ ପରିଣତି କରିଛନ୍ତି ଆଜିର ନାରୀ ମାନେ । ଏଣୁ ନାରୀ ଶକ୍ତି କମ ନୁହନ୍ତି ବୋଲି ସଂଗଠନ କରାଯାଇଛି । ଏହି ବନ୍ଧୁମିଳନ ରେ ସମର୍ପିତା ହୋତା,ମାନସ୍ମିନା ଦାଶ,ତାତି ମହାପାତ୍ର, କଳ୍ପନା ତ୍ରିପାଠୀ, ମମତା ବେହେରା,ଜିନା ତୁ ନେହା, ସୁମିତ୍ରା ମେକାପ, ଦୀପ୍ତି ମୟୀ ମିଶ୍ର,ବିଷ୍ଠପିୟା, ରଶ୍ମିତା,ସଂଗିତା, ହରପ୍ରିୟା, ରୋଜାଲିନ ମିଶ୍ର, ସବିତା, ସାଗରିକା, ରଣଜିତା,ସମିଷ୍ଠା ସୁନିତା,ନିଳିମା ପ୍ରମୁଖ ଯୋଗଦେଇ ଥିଲେ।

ସାକ୍ଷୀଗୋପାଳ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୨୬/୩/୨୦୨୩----୭,୧୦ Sakhigopal News,26/3/2023

ads

Blog Archive

Popular Posts