ads

Breaking News

ଶ୍ରୀପୁରୁଷୋତ୍ତମପୁର ନୋଡାଲ ଉଚ୍ଚ ବିଦ୍ୟାଳୟରେ ଶିକ୍ଷକ ଶିକ୍ଷୟିତ୍ରୀ ଓ ଅଭିଭାବକ ମାନଙ୍କର ବୈଠକ


ଡେଲାଙ୍ଗ -----ଡେଲାଙ୍ଗ ବ୍ଲକ୍ ଶ୍ରୀପୁରୁଷୋତ୍ତମପୁର ନୋଡାଲ ଉଚ୍ଚ ବିଦ୍ୟାଳୟରେ ଶିକ୍ଷକ ଶିକ୍ଷୟିତ୍ରୀ ଓ ଅଭିଭାବକ  ମାନଙ୍କର ବୈଠକ ବିଦ୍ୟାଳୟ ସଭାଗୃହରେ ପ୍ରଧାନଶିକ୍ଷକ ଜଳନ୍ଧର ବେହେରା ଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ପର୍ଯ୍ୟବେକ୍ଷକ ରୂପେ ସି.ଆର.ସି. ପବିତ୍ର କୁମାର ପଣ୍ଡା ଯୋଗଦେଇ ବୈଠକର ଉଦେଶ୍ୟ ଉପସ୍ଥାପନ କରିଥିଲେ। ପ୍ରାୟ ୮୦ ରୁ ଅଧିକ ଛାତ୍ରଛାତ୍ରୀମାନଙ୍କ ଅଭିଭାବକ ଯୋଗ ଦେଇ ନିଜ ପୁଅ ଝିଅ ମାନଙ୍କ ପରୀକ୍ଷା ଫଳ ଯାଞ୍ଚ  କରିଥିଲେ । ବିଶେଷ କରି  ଶିକ୍ଷାବିଭାଗର ଅଭିନବ ପଦକ୍ଷେପ ଯଥା ୫ଟି ରୂପାନ୍ତରଣ,ସୁସ୍ଥ ବାତାବରଣରେ ଶିକ୍ଷାଦାନ, ପାଠ ପରି ପୁରଣ  ସମ୍ପର୍କରେ ଆଲେଚନା କରାଯାଇଥିଲା ।ଅଭିଭାବକମାନେ ନିଜ ନିଜର ପିଲାମାନଙ୍କ ପରୀକ୍ଷାପ୍ରସ୍ତୁତି ଓ ଦୁର୍ବଳତା ସମ୍ପର୍କରେ ବ୍ୟକ୍ତିଗତ ମନ୍ତବ୍ୟ ପ୍ରଦାନ କରିଥିଲେ। ଶିକ୍ଷକ ରତ୍ନାକର ଚମ୍ପଢି, ବସନ୍ତ ପ୍ରଧାନ, ସନ୍ତୋଷ କୁଣ୍ଡୁ, ସତ୍ୟବ୍ରତ ମିଶ୍ର,ଶିକ୍ଷୟିତ୍ରୀ ସ୍ନେହଲତା ସାହୁ, ନିଜର ବକ୍ତବ୍ୟରେ  ଛାତ୍ର ଛାତ୍ରୀମାନେ କିପରି ପାଠ ପଢା ଜାରି ରଖିବେ    ସେ ସମ୍ପର୍କରେ ଆଲୋଚନା ରଖିଥିଲେ। ବିଦ୍ୟାଳୟର ଗଣିତ ଶିକ୍ଷକ ମିହିର ମିଶ୍ର,ଶିକ୍ଷୟିତ୍ରୀ ସବିତା ପାଢ଼ୀ, ନନ୍ଦିତା ବେହେରା, ଗୋଦାବରୀ ସ୍ୱାଇଁ, ପଲିଶ୍ରୀ ସେଠୀ  ପ୍ରମୁଖ ଉପସ୍ଥିତ ରହି  ଅଭିଭାବକ ମାନଙ୍କ ଆଲେଚନାରେ ଅଂଶ ଗ୍ରହଣ କରିଥିଲେ । ପରବର୍ତ୍ତୀ ଶ୍ରେଣୀ ପାଇଁ ପାଠ୍ୟପୁସ୍ତକ ବଣ୍ଟନ ସମ୍ପର୍କରେ ଆଲୋଚନା ମଧ୍ୟ କରାଯାଇଥିଲା। ଡେଲାଙ୍ଗ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୩୧/୩/୨୦୨୩--୮,୪୫ Sakhigopal News,31/3/2023


ads

Blog Archive

Popular Posts