ads

Breaking News

ଭାଲୁ ଆକ୍ରମଣରେ ଯୁବକ ଗୁରୁତର



ଭଞ୍ଜନଗର---ଫୁଲବାଣୀ ବନଖଣ୍ଡ କରଡା ବନାଞ୍ଚଳ ଅଧୀନରେ ଥିବା ଇନ୍ଦ୍ରଗଡ ସେକସନର ଟାଙ୍ଗିଡ ବିଟ୍ ରେଥିବା ଦୁବା  ଗ୍ରାମର ଦଣ୍ଡପାଣି ପ୍ରଧାନଙ୍କ ପୁଅ ସୁଦାମ ପ୍ରଧାନ(୩୨)ଗତକାଲି ମଧ୍ୟାହ୍ନ ସମୟରେ ନିକଟସ୍ଥ ଜଙ୍ଗଲକୁ ମହୁଲ ସଂଗ୍ରହ କରିବାକୁ ଯାଇଥିଲେ। ଜଙ୍ଗଲରେ  ମହୁଲ ସଂଗ୍ରହ କରୁଥିବା ସମୟରେ ହଠାତ୍ ୩ଟି ଭାଲୁ ବାହାରି ତାଙ୍କ ଆଡକୁ ମାଡି ଆସୁଥିବା ଦେଖି ସୁଦାମ ଜୀବନ ବଞ୍ଚାଇବାକୁ ଦୌଡିବା ଯାଇ ଏକ ଗଛରେ ଚଢୁ ଥିବା ସମୟରେ   ଗୋଟିଏ ଭାଲୁ ତାଙ୍କ ଗୋଡ ଧରି ଟାଣି ଦେଇଥିଲା। ଯାହା ଫଳରେ ସେ ତଳେ ପଡି ଯାଇଥିଲା। ସୁଦାମ ତଳେ ପଡିଯିବା ପରେ ଭାଲୁ ମାନେ ସେହି ସ୍ଥାନ ଛାଡି  ଯିବା ପରେ ସେ ବହୁ କଷ୍ଟରେ ଗ୍ରାମକୁ ଫେରି ଆସିଥିଲେ। ଗ୍ରାମକୁ ଆସିବା ପରେ ସ୍ଥାନୀୟ ଗ୍ରାମବାସୀମାନେ ଉଦ୍ଧାରକରି  ଭଞ୍ଜନଗର ଡାକ୍ତରଖାନାରେ ଭତ୍ତି କରାଇଥିଲେ । ଏଠାରେ ପ୍ରାଥମିକ ଚିକିତ୍ସା ପରେ ଅବସ୍ଥା ଗୁରୁତର ହେବାରୁ ଅଧିକ ଚିକିତ୍ସା ପାଇଁ ସୁଦାମକୁ ବ୍ରହ୍ମପୁର ମେଡିକାଲ ସ୍ଥାନାନ୍ତର କରାଯାଇଛି। ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୨୨/୩/୨୦୨୩----୯,୪୫ Sakhigopal News,22/3/2023

ads

Blog Archive

Popular Posts