ads

Breaking News

ସମବାୟ ବ୍ୟାଙ୍କିଙ୍ଗ ସେବା ଓ ଋଣ କର୍ମଶାଳା



ସାକ୍ଷୀଗୋପାଳ----ସତ୍ୟବାଦୀ ବ୍ଳକ ଅନ୍ତର୍ଗତ ଜାଗେଶ୍ବରୀ ସେବା ସମବାୟ ସମିତି, ଅଳଗୁମ ପକ୍ଷରୁ  ସମ୍ମିଳିତ ପୁରୀ-ନିମାପଡା  କେନ୍ଦ୍ର ସମବାୟ ବ୍ୟାଙ୍କ ଆନୁକୂଲ୍ୟରେ ମଙ୍ଗଳବାର ବ୍ୟାଙ୍କିଙ୍ଗ ସେବା ଓ ଋଣ କର୍ମଶାଳା ଆୟୋଜିତ ହୋଇଯାଇଛି। ଏଥିରେ ସମିତି ଅନ୍ତର୍ଗତ ଚାଷୀମାନେ କିପରି ସହଜରେ ଋଣ ପାଇପାରିବେ। ଖିଲାପି ଋଣୀଙ୍କ ଠାରୁ କିପରି ଆଦାୟ ହୋଇପାରିବ, ମଣ୍ଡି ପରିଚାଳନା, ଖରିଫ ଧାନ ବିକ୍ରି କରିଥିବା ଚାଷୀଂକୁ କିପରି ତୁରନ୍ତ ତାଙ୍କର ଟଙ୍କା ମିଳିବ ସେ ନେଇ ଆଲୋଚନା ହୋଇଥିଲା। ଏହି କର୍ମଶାଳାରେ ସମିତିର ସଭାପତି ରଘୁନାଥ ରଥ, ସମ୍ପାଦିକା ସ୍ମୃତି ସ୍ନିଗ୍ଧା ନାୟକ, କୃଷକ ମହାସଂଘ ସଭାପତି ସଚ୍ଚିକାନ୍ତ ବରାଳ, ସରପଞ୍ଚ ଙ୍କ ପ୍ରତିନିଧି ରଶ୍ମୀ ରଞ୍ଜନ ବିଶ୍ବାଳ, ସମସ୍ତ ବୋର୍ଡ ସଭ୍ୟ ଓ ବହୁ କୃଷକ ଭାଇଭଉଣୀ ଯୋଗ ଦେଇଥିଲେ। ସାକ୍ଷୀଗୋପାଳ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୨୮/୩/୨୦୨୩----୯,୨୫ Sakhigopal News,28/3/2023

ads

Blog Archive

Popular Posts