ads

Breaking News

ବରକେରା ବିଦ୍ୟାଳୟରେ ବିଶ୍ଵ ଜଳ ଦିବସ ପାଳିତ

   
     ଡେଲାଙ୍ଗ--- ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ୍ ଅନ୍ତର୍ଗତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ବରକେରାରେ ବିଶ୍ଵ ଜଳ ଦିବସ ପାଳିତ ହୋଇଯାଇଛି। ବିଦ୍ୟାଳୟ ପ୍ରାଙ୍ଗଣରେ ଥିବା ସତ୍ୟବାଦୀ ଯୁଗର ପଞ୍ଚସଖାଙ୍କ ପ୍ରତିମୂର୍ତ୍ତୀରେ ମାଲ୍ୟାର୍ପଣ କରାଯାଇ ବଉଳ ବୃକ୍ଷରେ ଜଳ ଦିଆଯାଇଥିଲା। ବିଶ୍ବ ଜଳ ଦିବସ ଅବସରରେ ଏକ ସଭାର ଆୟୋଜନ କରାଯାଇଥିଲା। ଏଥିରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରଦୀପ କୁମାର ସେଠୀ ସଭାପତିତ୍ବ କରିଥିଲେ। ମୂଖ୍ୟ ଅତିଥି ଭାବେ ଅବସରପ୍ରାପ୍ତ ଶିକ୍ଷକ ଶ୍ରୀଧର ପ୍ରଧାନ ଯୋଗଦେଇଥିଲେ। ଉକ୍ତ ସଭାରେ ଶିକ୍ଷକ ତଥା ପରିବେଶ କର୍ମି ମିଟୁ କିଶୋର ପ୍ରଧାନ, ଶିକ୍ଷୟିତ୍ରୀ ମଞ୍ଜୁଲତା ପ୍ରଧାନ, ଶିକ୍ଷକ ବିରଞ୍ଚିନାରାୟଣ ବରାଳ, ସୁଧୀର କୁମାର ଜେନା, ପୂରୁଷୋତ୍ତମ ନାୟକ, ପରିଚାଳନା କମିଟିର ସଭାପତି ଶ୍ରୀ ପବିତ୍ର ମୋହନ ପରିଡା ପ୍ରମୁଖ ସହିତ ଛାତ୍ରଛାତ୍ରୀମାନେ ଯୋଗ ଦେଇଥିଲେ।ପ୍ରଥମ ଥରପାଇଁ ୧୯୯୨ମସିହାରେ ବ୍ରାଜିଲ ସ୍ଥିତ ରିଓଡି ଜନିରୋ ଠାରେ ମିଳିତ ଜାତିସଂଘର ଆୟୋଜିତ ପର୍ଯ୍ୟାବରଣ ଓ ବିକାଶ ସମ୍ମେଳନୀରେ ବିଶ୍ଵ ଜଳ ଦିବସ ପାଳନ କରାଯିବା ପାଇଁ ନିଷ୍ପତ୍ତି ହୋଇଥିଲା। ମିଳିତ ଜାତିସଂଘର ସାଧାରଣ ସଭାରେ ୧୯୯୩ମସିହାରେ ଏହି ନିଷ୍ପତ୍ତି ଅନୁମୋଦନ ଲାଭ କରିଥିଲା। ସେହିଦିନଠାରୁ ମାର୍ଚ୍ଚ ୨୨ତାରିଖକୁ ବିଶ୍ଵ ଜଳ ଦିବସ ରୂପେ ପାଳନ କରାଯାଉଛି।ଏହି ଦିବସ ପାଳନର ମୂଖ୍ୟ ଲକ୍ଷ୍ୟ ହେଲା ସ୍ଵଚ୍ଛ ତଥା ସୁରକ୍ଷିତ ଜଳର ଆବଶ୍ୟକତା ବିଷୟରେ ଜନ ସଚେତନତା କରାଇବା। ଜଳ ଦୂଷିତ ନହେବା, ଜଳ କିପରି ସଂରକ୍ଷଣ କରାଯାଇ ପାରିବ ଏବଂ ଅଜଥାରେ ଜଳ ଅପଚୟ ନ କରିବା ପାଇଁ ବକ୍ତାମାନେ ମତବ୍ୟକ୍ତ କରିଥିଲେ। ଜଳ ବିହୁନେ ସୃଷ୍ଟି ନାଶ ହେବ। ତେଣୁ ଜଳ ନଷ୍ଟ କରିବା ନାହିଁ।ଜଳ ନଷ୍ଟ ବା ଅପବ୍ୟବହାର କରିବା ଅର୍ଥ ଆମେ ଆମ ବାପା ମାଆଙ୍କୁ ଅପମାନ କରିବା।ବା ଅର୍ଥ ବାୟୁ ପା ଅର୍ଥ ପାଣି ମା ଅର୍ଥ ମାଟି ଆ ଅର୍ଥ ଆକାଶ। ସମସ୍ତେ ପାଣି ବା ଜଳ ଉପରେ ନିର୍ଭର କରିଥାନ୍ତି ବୋଲି ଅତିଥି ମାନେ କହିଥିଲେ।ସର୍ବ ଶେଷରେ ଶିକ୍ଷକ ସୁଧୀର କୁମାର ଜେନା ଧନ୍ୟବାଦ ଅର୍ପଣ କରିଥିଲେ। ଡେଲାଙ୍ଗ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୨୨/୩/୨୦୨୩---୯,୫୫ Sakhigopal News,22/3/2023

ads

Blog Archive

Popular Posts