ads

Breaking News

ବରକେରା ବିଦ୍ୟାଳୟରେ ବିଶ୍ଵ ବନ ଦିବସ ପାଳିତ


  ଡେଲାଙ୍ଗ--- ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ୍ ଅନ୍ତର୍ଗତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ବରକେରାରେ ବିଶ୍ଵ ବନ ଦିବସ ପାଳିତ ହୋଇଯାଇଛି। ବିଦ୍ୟାଳୟ ପ୍ରାଙ୍ଗଣରେ ଥିବା ସତ୍ୟବାଦୀ ଯୁଗର ପଞ୍ଚସଖାଙ୍କ ପ୍ରତିମୂର୍ତ୍ତୀରେ ମାଲ୍ୟାର୍ପଣ କରାଯାଇଥିଲା।ପରେ  ପଞ୍ଚସଖାଙ୍କ ସମ୍ମୁଖରେ ଥିବା ବକୁଳ ବୃକ୍ଷରେ ଜଳଦାନ କରାଯାଇଥିଲା। ବିଶ୍ଵ ବନ ଦିବସ ଅବସରରେ ଏକ ସଭାର ଆୟୋଜନ କରାଯାଇଥିଲା। ଉକ୍ତ ସଭାରେ ସଭାପତିତ୍ବ କରିଥିଲେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରଦୀପ କୁମାର ସେଠୀ। ଉକ୍ତ ସଭାରେ ଉପସ୍ଥିତ ଥିଲେ ବରିଷ୍ଠ ଶିକ୍ଷକ ତଥା ପରିବେଶ କର୍ମି ମିଟୁ କିଶୋର ପ୍ରଧାନ, ଶିକ୍ଷୟିତ୍ରୀ ମଞ୍ଜୁଲତା ପ୍ରଧାନ, ଶିକ୍ଷକ ବିରଞ୍ଚିନାରାୟଣ ବରାଳ, ସୁଧୀର କୁମାର ଜେନା, ପୂରୁଷୋତ୍ତମ ନାୟକ, ପରିଚାଳନା କମିଟିର ଚେୟାରମ୍ୟାନ ଶ୍ରୀ ପବିତ୍ର ମୋହନ ପରିଡା ପ୍ରମୁଖ ଯୋଗଦେଇଥିଲେ। ଏଥିସହିତ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଯୋଗ ଦେଇଥିଲେ।ବନର ସୁରକ୍ଷା କରିବା ସହିତ ପ୍ରତ୍ୟେକ ଗୋଟିଏ ଗୋଟିଏ ଗଛ ଲଗାଇ ତାହାର ଯତ୍ନ ନେବାକୁ ବକ୍ତାମାନେ ପରାମର୍ଶ ଦେଇଥିଲେ।ସର୍ବ ଶେଷରେ ସୁଧୀର କୁମାର ଜେନା ଧନ୍ୟବାଦ ଅର୍ପଣ କରିଥିଲେ। ବିଦ୍ୟାଳୟ ପ୍ରାଙ୍ଗଣରେ ବୃକ୍ଷ ରୋପଣ କରାଯାଇଥିଲା। ଡେଲାଙ୍ଗ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୨୧/୩/୨୦୨୩---୯,୧୫ Sakhigopal News,21/3/2023

ads

Blog Archive

Popular Posts