ads

Breaking News

ବିଜେଡି ନେତାଙ୍କ ଜୋତା ପିନ୍ଧି ଠାକୁରଙ୍କୁ ଦୀପଦାନ, ଫଟୋ ଭାଇରାଲ୍ , ବୁଦ୍ଧିଜୀବୀ ମହଲରେ ଅସନ୍ତୋଷ




ଓଡ଼ଗାଁ:- ଆଜି ଓଡ଼ଗାଁ ଇଣ୍ଡୋରଷ୍ଟାଡିୟମ ଠାରେ  ରାଜ୍ୟସ୍ତରୀୟ ବ୍ୟାଡମିଣ୍ଟନ୍ ପ୍ରତିଯୋଗୀତାକୁ ପ୍ରଦୀପ ପ୍ରଜ୍ଜ୍ୱଳନ କରି ଉଦ୍‌ଘାଟନ କରାଯାଇଥିଲା । ଏହି ସମୟରେ ପୂର୍ବତନ ଜିଲ୍ଲାପରିଷଦ ସଭ୍ଯ ତଥା ବିଜେଡି ନେତା ବିଭୂ ପ୍ରସାଦ ସାହୁ ଜୋତା ପିନ୍ଧି ପ୍ରସିଦ୍ଧ ସ୍ୱର୍ଣ୍ଣକଳସ କ୍ଷେତ୍ରର ପ୍ରସିଦ୍ଧ ଠାକୁର ପ୍ରଭୁ ଶ୍ରୀରାମଚନ୍ଦ୍ର ଙ୍କ ଫଟୋରେ ଦୀପଦାନ କରିଥିବା ଏକ ଫଟୋ ଭାଇରାଲ ହୋଇଛି। ତେବେ ଜାଣି ହେଉ ବା ଅଜଣା, ଏହି ଘଟଣାକୁ ନୟାଗଡ଼ ଓ ଓଡ଼ଗାଁ ର ଅନେକ ବୁଦ୍ଧିଜୀବୀ ନିନ୍ଦା କରିଛନ୍ତି।
                      ଏନେଇ ଓଡ଼ଗାଁ ବ୍ଳକ ଛାତ୍ର କଂଗ୍ରେସ ସଭାପତି ଦିଲ୍ଲୀପ୍ କୁମାର ବିଶୋଇ ମତ ଦେଇଛନ୍ତି ଯେ,ଓଡ଼ଗାଁର ଆରାଧ୍ୟ ଠାକୁର ପ୍ରଭୁ ଶ୍ରୀରଘୁନାଥଙ୍କୁ ଜୋତା ପିନ୍ଧି ଦୀପଦାନ କରିବା  ଏହାକୁ ଗ୍ରହଣ ଯୋଗ୍ୟ ହୋଇନାହିଁ ।  ଜୋତା ପିନ୍ଧି ରଘୁନାଥଙ୍କ ଫଟୋରେ ଦୀପଦାନ କରିବା ନେଇ ଅପରାଧ ସହ ରଘୁନାଥ ପ୍ରେମୀ ମାନଙ୍କ ଭାବାବେଗ କୁ କୁଠାରଘାତ କରିଛନ୍ତି ବିଜେଡିର ଏହି ନେତା।  ଏବଂ ଯଥାଶୀଘ୍ର ସେ ଓଡ଼ଗାଁ ର ପ୍ରଭୁ ଶ୍ରୀରଘୁନାଥଜୀଉଙ୍କ ଠାରେ ଏ ଘଟଣାକୁ ନେଇ କ୍ଷମାପ୍ରାର୍ଥନା କରନ୍ତୁ ବୋଲି ସେ କହିଛନ୍ତି। 

ରିପୋର୍ଟ:- ଦିଲ୍ଲୀପ୍ କୁମାର ବିଶୋଇ, ଓଡ଼ଗାଁ
ତା:-୩/୧/ ୨୩----୭,୪୫ Sakhigopal News,3/1/2023

ads

Blog Archive

Popular Posts