ads

Breaking News

ଐତିହ୍ୟ ଗ୍ରାମରେ ତିନି ଦିନ ଧରି ଆର୍ଟ ମହୋତ୍ସବ ଅନୁଷ୍ଠିତ




  ସାକ୍ଷୀଗୋପାଳ---- ଲୋକକଳାଗ୍ରାମ ସାରଙ୍ଗଯୋଡି ର ଗୋଟିପୁଅ ନୃତ୍ୟ ଅନୁଷ୍ଠାନ କୈଳାସ ଗୋଟିପୁଅ ଓଡିଶୀ ନୃତ୍ୟ ପରିଷଦ ଆନୁକୂଲ୍ୟରେ ଓଡ଼ିଶା ଖଣି ନିଗମ, ଓଡ଼ିଶା ସରକାରଙ୍କ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ,ବୟନ ଓ ହସ୍ତଶିଳ୍ପ ବିଭାଗ ଏବଂ ପୁରୀ ଜିଲ୍ଲା ପରିଷଦର ମିଳିତ ସହଯୋଗରେତିନିଦିନିଆ ଆର୍ଟ ମହୋତ୍ସବ 
ପାଳିତ ହୋଇଯାଇଛି।  ଐତିହ୍ୟ ଗ୍ରାମ ରଘୁରାଜପୁର ଠାରେ ମା' ଭୂଆଷୁଣୀ ନାଟ୍ୟ ମଣ୍ଡପରେ ତିନିଦିନିଆ ଆର୍ଟ ମହୋତ୍ସବକୁ  ଶିଳ୍ପୀଗୁରୁ ପଦ୍ମଶ୍ରୀ ପ୍ରଭାକର ମହାରଣା ପ୍ରଦୀପ ପ୍ରଜ୍ବଳନ କରି ଆନୁଷ୍ଠାନିକ ଭାବେ    ଉଦଘାଟନ କରିଥିଲେ। ଏହି ଲୋକକଳା ମହୋତ୍ସବରେ ମା କ୍ଷେତ୍ରପାଳୀ ମୃଦଙ୍ଗ ବାଦ୍ୟନୃତ୍ୟର ମୃଦଙ୍ଗ ବାଦ୍ୟନୃତ୍ୟ, ପୁରୀ ନବପ୍ରତିଭା ଅନୁଷ୍ଠାନର ମାହାରୀ ନୃତ୍ୟ, ବଳଙ୍ଗାର ଚଢେୟା ଚଢେୟାଣୀ ନୃତ୍ୟ, ରଘୁରାଜପୁର ସ୍ଵସ୍ତିଶ୍ରୀ ଗୋଟିପୁଅ ଅନୁଷ୍ଠାନର ଗୋଟିପୁଅ ନୃତ୍ୟ, ପୁରୀର ରାବଣ ମେଢ଼ ନୃତ୍ୟ, ସତ୍ୟବାଦୀର ଘୋଡ଼ା ନାଚ,ଗୁରୁ ମିନତୀ ପ୍ରଧାନ ଙ୍କ ଓଡ଼ିଶୀ ନୃତ୍ୟ, ଭିଙ୍ଗାରପୁରର ସମ୍ବଲପୁରୀ ନୃତ୍ୟ, ମଙ୍ଗଳପୁରର ଘୋଡ଼ା ନାଚ,ନବପ୍ରତିଭା ର କାଳିଯାଇ ନାଟକ ଏବଂ ଲୋକକଳା ଆଧାରିତ ଏକ ବୃତ୍ତଚିତ୍ର ପ୍ରଦର୍ଶିତ ହୋଇଥିଲା। ଉଦଯାପିତ ଉତ୍ସବରେ ରାଜ୍ୟ ବୟନ ଓ ହସ୍ତଶିଳ୍ପ ମନ୍ତ୍ରୀ ରୀତା ସାହୁ ଯୋଗଦେଇଥିଲେ । ବିଭିନ୍ନ ଦିବସରେ ହସ୍ତଶିଳ୍ପ ବିଭାଗର ଉପନିର୍ଦ୍ଦେଶକ ଶ୍ରୀକାନ୍ତ ଶ୍ରୀଚନ୍ଦନ,ଶିଳ୍ପୀ ଗୁରୁ ଦୀନବନ୍ଧୁ ମହାରଣା,ପ୍ରମୋଦ ମହାରଣା, ଲକ୍ଷ୍ମୀଧର ସୁବୁଦ୍ଧି, ରଘୁନାଥ ଦାସ,କୀର୍ତ୍ତନ ଦାସ,ମାଳତୀପାଟପୁର ସରପଞ୍ଚ ମହେନ୍ଦ୍ର ମହାପାତ୍ର, କଳାକ୍ଷେତ୍ରର ସମ୍ପାଦକ ସୁଦର୍ଶନ ସ୍ଵାଇଁ ଓ ଯୁବ ବିଜେଡି ନେତା ଶୁଭାଶିଷ ଖୁଣ୍ଟିଆ ଅତିଥି ରୂପେ ଯୋଗଦେଇଥିଲେ।ରଘୁରାଜପୁର ର ପ୍ରସିଦ୍ଧ ଅନୁଷ୍ଠାନ କଳାକ୍ଷେତ୍ର ଓ କମ୍ୟୁନିକେସନ କମ୍ପାନୀ ଇମପୁଟ ୟାକ ର ପ୍ରତ୍ୟକ୍ଷ ସହଯୋଗରେ ଉତ୍ସବ ଟି ସଫଳତାର ସହ ଶେଷ ହୋଇଥିଲା। ଆୟୋଜକ ଅନୁଷ୍ଠାନର ସମ୍ପାଦକ ଗୋଟିପୁଅ ନୃତ୍ୟ ଗୁରୁ କୈଳାସ ଚନ୍ଦ୍ର ବିଶ୍ଵାଳ ଅତିଥି ପରିଚୟ ପ୍ରଦାନ କରିବା ସହ ଧନ୍ୟବାଦ ଅର୍ପଣ କରିଥିଲେ। ଆଇନଜୀବୀ  ଅଞ୍ଜନ କୁମାର ହୋତା ମଞ୍ଚ  ପରିଚାଳନା କରିଥିଲେ।
ସାକ୍ଷୀଗୋପାଳ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୨୩/୧/୨୦୨୩---୭,୧୦ 

ads

Blog Archive

Popular Posts