ads

Breaking News

ଖ୍ରୀଷ୍ଟିଆନ ବୁରିଆଲ ସୋସାଇଟିକୁ ଦାନ ରେ ମିଳିଲା ଭ୍ରାମ୍ୟମାଣ ଶବ ସଂରକ୍ଷିତ ବାକ୍ସ




ଜଟଣୀ ---- ସ୍ଥାନୀୟ ସେଣ୍ଟ୍ରାଲ ବ୍ୟାଙ୍କ୍ ନିକଟସ୍ତ ଖ୍ରୀଷ୍ଟିଆନ ବୁରିଆଲ ସୋସାଇଟିକୁ ଦାନ ସୂତ୍ରରେ ଆଜି ମିଳିଛି ଏକ ଭ୍ରାମ୍ୟମାଣ ଶୀତତାପ ନିୟନ୍ତ୍ରିତ ଶବ ସଂରକ୍ଷିତ ବାକ୍ସ। ଏହାକୁ ବିଶାଖାପାଟଣା ସ୍ଥିତ ଓଝା ଏଣ୍ଟର ପ୍ରାଇଜରର ମାଲିକ ରାଜେଶ୍ କୁମାର ଓଝା ଏହାକୁ ଦାନ ସୂତ୍ରରେ ଏହି ସୋସାଇଟିକୁ ପ୍ରଦାନ କରିଛନ୍ତି । ଏହି ବାକ୍ସ ଦ୍ଵାରା ଜଟଣୀ ସହର ଓ ଆଖପାଖ ଗ୍ରାମର ଯେ କୌଣସି ସମ୍ପ୍ରଦାୟ ବ୍ୟକ୍ତି ବିଶେଷଙ୍କ ମୃତ୍ୟୁ ପରେ ଯଦି ମୃତ୍ୟୁ ବ୍ୟକ୍ତିଙ୍କ କୌଣସି ଆତ୍ମୀୟ ସୁଜନ ଦୂର ଦୁରାନ୍ତରେ ବସବାସ କରୁଥାନ୍ତି ଏଵଂ ଶବ ସତ୍କାର ପାଇଁ ଅପେକ୍ଷା କରିବାକୁ ପଡେ । ସେହି କ୍ଷେତ୍ର ରେ ଏହି ଭ୍ରାମ୍ୟମାଣ ଶୀତତାପ ନିୟନ୍ତ୍ରିତ ଶବ ସଂରକ୍ଷିତ ବାକ୍ସରେ ଶବକୁ  ସମ୍ପର୍କୀୟ ମାନେ ଆସିବା ପର୍ଯ୍ୟନ୍ତ ସଂରକ୍ଷିତ କରି ରଖାଯାଇପାରିବ। ଏହା ସୋସାଇଟିର ଦ୍ୱିତୀୟ ସଂରକ୍ଷିତ ବାକ୍ସ ବୋଲି ସଭାପତି ଏସ ଜନ କହିଥିଲେ। ଏହି ସେବା ଆବଶ୍ୟକତା କରୁଥିବା ବ୍ୟକ୍ତି ବିଶେଷ ମାନେ  ସମ୍ପାଦକ ଭି ଡି ପି ଜୋସେଫ ଦୂର ଭାଷା 9438296626 ରେ ଯୋଗାଯୋଗ କରିପାରିବେ। କେବଳ ଗାଡ଼ି ରେ ନେବା ଆଣିବା ବାବଦ ସ୍ୱଳ୍ପ ଖର୍ଚ୍ଚ ଦେବାକୁ ହେବ ବୋଲି ସୋସାଇଟି ତରଫରୁ ସୂଚନା ଦିଆଯାଇଛି। ଖୋର୍ଦ୍ଧାରୋଡ଼ ମଣ୍ଡଳ ଶ୍ରମିକ କଂଗ୍ରେସର  କେନ୍ଦ୍ରୀୟ କାର୍ଯ୍ୟକାରୀ କମିଟର ସଭ୍ୟ ଶାମୁଏଲ୍ ପ୍ରଧାନଙ୍କ ନେତୃତ୍ୱରେ ଏକ ଉତ୍ସବ ଅନୁଷ୍ଠିତ ହୋଇଥିଲା । ଏଥିରେ ଆର୍ ଶାନ୍ତି ସ୍ଵରୂପ, ମୁରଲୀ , ପିଟର, ଆର୍ ନିତିପ୍ରକାଶ, ସୁରେଶ ପ୍ରଧାନ, ନିବେଦିତା ପାତ୍ର, ଓବେଡ ମିଶ୍ର, ଅଭିଜିତ ଆନନ୍ଦଜି, ପ୍ରଭୁଦତ ଓ ସୋସାଇଟି ର ବହୁ କର୍ମକର୍ତ୍ତା ଉପସ୍ଥିତ ଥିଲେ। ଜଟଣୀରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୨୯/୧/୨୦୨୩---୮,୧୦ Sakhigopal News,29/1/2023

ads

Blog Archive

Popular Posts