ads

Breaking News

ଶ୍ରୀ ରାଧା ମୋହନ ମନ୍ଦିର ଓ ବିଗ୍ରହ ପ୍ରତିଷ୍ଠା ଉତ୍ସବ



ସାକ୍ଷୀଗୋପାଳ: ସତ୍ୟବାଦୀ ବ୍ଳକ ଅନ୍ତର୍ଗତ ଦାସ ବିଦ୍ୟାଧରପୁର ପଞ୍ଚାୟତର ଭୀମପୁର,ପକ୍ଷୀମୁଣ୍ଡ ସ୍ଥିତ ଶ୍ରୀରାଧା ମୋହନ ମନ୍ଦିରରେ ବିଗ୍ରହ ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଗତ ୧୫ ତାରିଖରେ ଅଙ୍କୁରାରୋପଣ, ୧୬ ତାରିଖରେ ଜଳଜାତ୍ରା, ଅଗ୍ନି ସ୍ଥାପନ, ୧୭ ତାରିଖରେ ସୂର୍ଯ୍ୟପୂଜା ,ଗୋପୂଜା, ଶାଳପୂଜା, ଅଗ୍ନି ପୂଜା ସମ୍ପନ୍ନ କରାଯାଇଥିଲା। ଏହି ଅବସରରେ ବୁଧବାର ଅପରାହ୍ନରେ ବିଗ୍ରହଙ୍କ ପ୍ରାଣ ପ୍ରତିଷ୍ଠା, ମନ୍ଦିର ପ୍ରବେଶ ଓ ପୂର୍ଣ୍ଣାହୁତି ସମ୍ପନ୍ନ ହୋଇଥିଲା। ଶ୍ରଦ୍ଧାଳୁମାନେ ରାଧାମୋହନଙ୍କ ଦର୍ଶନ କରିବା ସହିତ ସାନ୍ନିଧ୍ୟ ଗ୍ରହଣ କରିଥିଲେ। ପକ୍ଷୀମୁଣ୍ଡ ଗ୍ରାମବାସୀଙ୍କ ସମେତ ମନ୍ଦିର ପରିଚାଳନା କମିଟିର କର୍ମକର୍ତ୍ତାମାନେ ଉପସ୍ଥିତ ରହି ସମସ୍ତ କାର୍ଯ୍ୟକୁ ସୂଚାରୁରୂପେ ତୁଲାଇଥିଲେ। ସାକ୍ଷୀଗୋପାଳ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୧୮/୧/୨୦୨୩----୯,୪୫ Sakhigopal News,18/1/2023

ads

Blog Archive

Popular Posts