ads

Breaking News

ସ୍ତୀର ତଣ୍ଟିଚିପି ହତ୍ୟା କଲା ସ୍ୱାମୀ

 
ବରଗଡ଼--- ବରଗଡ ଜିଲ୍ଲା ଭେଡେନ ବ୍ଲକ ଲୁପୁରସିଂହା ଗ୍ରାମ ଠାରେ ଏକ ଅଭାବନୀୟ ଘଟଣା ଘଟିଛି। ବରାଗୁଡା ର ଗୁଡୁ ସିଂ ଓ ଲୁପୁରସିଂହା ଗ୍ରାମର ନୁରା ପେରା ଉଭୟ ଉଭୟଙ୍କୁ ଭଲ ପାଇ ୩ ବର୍ଷ ଆଗରୁ ବିବାହ କରିଥିଲେ। କିଛି ମାସ ଆଗରୁ ନିଜ ନିଜ ମଧ୍ୟରେ ମତାନ୍ତର ଓ ମନାନ୍ତର ହେବା ପରେ ଗଣ୍ଡଗୋଳ ହୋଇଥିଲା । ନୁରାପେରା ଲୁପୁରସିଂହା ନିଜ ମା ଘରକୁ ଚାଲି ଆସିଥିଲେ। ସ୍ୱାମୀ ଗୁଡ଼ୁ ସିଂ ସ୍ତ୍ରୀ କୁ ନେବାକୁ ଆସି ଥିଲା। ଉଭୟ କିଛି ବାଟ ଆସିଲା ପରେ ଉଭୟ ମଧ୍ୟରେ ବଚସା ହୋଇଥିଲା। ସୂଚନା ମୁତାବକ ପରେ ଗୁଡୁ ସିଂ ନିଜ ଗାମୁଛା ରେ ସ୍ତ୍ରୀ ର ବେକ ଜୋର ରେ ଭିଡିଧରି ଥିଲାା। ଯାହାଫଳରେ କି  ଶ୍ଵାସ ରୁଦ୍ଧ ହୋଇ ନୁରା ର ଜୀବନ ଚାଲିଯାଇଥିଲା। ସେଠାରୁ ପଲେଇ ଯିବା ପାଇଁ ଉଦ୍ୟମ ସମୟରେ ଗ୍ରାମବାସୀ ଙ୍କ ହାବୁଡରେ ପଡିଥିଲା ଗୁରୁ। ତାକୁ ଧରି ପୋଲିସ କୁ ଖବର ଦେଇଥିଲେ। ଭେଡେନ ପୋଲିସ ଅଫିସର  ଦୟାନିଧି ପାତ୍ର ଘଟଣା ର ତଦନ୍ତ କରୁଛନ୍ତି । ମଧ୍ଯାହ୍ନ ରେ ବରଗଡ ଏସ ଡି ପି ଓ ଆସି ଅଧିକ ତଦନ୍ତ କରୁଥିବା ଜଣାପଡ଼ିଛି।
 ବରଗଡ଼ ରୁ ଭବାନୀ ଶଙ୍କର ପାଢୀ ଙ୍କ ରିପୋର୍ଟ,୧/୨/୨୦୨୩----୧୧,୧୦ Sakhigopal News,1/2/2023

ads

Blog Archive

Popular Posts