ads

Breaking News

ଅଟୋରୁ ୧୫୦ ଗ୍ରାମ ଧଳାଜହର ଜବତ, ଅଟୋ ଚାଳକ ଗିରଫ

 
ପୁରୀ ---ପୁରୀ ଅବକାରୀ ଅଧିକ୍ଷକ ଶ୍ରୀ ଜଗଦୀଶ ଚନ୍ଦ୍ର ସାମଲଙ୍କ ନିର୍ଦ୍ଦେଶକ୍ରମେ ପୁରୀ ଅବକାରୀ ସଦର ରେଞ୍ଜ ନିରୀକ୍ଷିକା ଶ୍ରୀମତୀ ମାନସୀ ସାହୁଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ କୋଣାର୍କ ଅବକାରୀ ଥାନା ଭାରପ୍ରାପ୍ତ ଅଧିକାରୀ ଶ୍ରୀ ରଙ୍କନିଧି ମଲ୍ଲିକଙ୍କ ନେତୃତ୍ୱରେ ଏକ ଟିମ କଟକ ଜିଲ୍ଲା ନିଆଳୀ ନଲଟାପରି ଗ୍ରାମର ମଲ୍ଲିକ ଅବଦୁଲ ଗଫାର-38 ବର୍ଷଙ୍କୁ ଧଳା ଜହର ସହ ଗିରଫ କରିଛି। ସୁଚନା ଯୋଗ୍ୟ ଯେ ଗୋପ ଥାନା ଅଧୀନ ଯୋଗେଶ୍ୱରପୁର ସିନେମାହଲ ଛକରୁ ଗଫାର ତାଙ୍କ ATUL auto Registration No-OD 02G 5779 ନେଇ ଯାଉଥିବା ସମୟରେ ଅବକାରୀ ବିଭାଗ ପୋଲିସ ଅଟକାଇ ଗାଡି ତନଖି କରିଥିଲେ ।  ତାଙ୍କ ନିକଟରୁ 150 ଗ୍ରାମ ବ୍ରାଉନ ସୁଗାର (ହେରୋଇନ ) ଜବତ କରିଥିଲେ। କୋଣାର୍କ ଅବକାରୀ ଥାନା କେସ ନଂ -134/22-23ରେ ଏକ ମାମଲା ରୁଜୁ କରାଯାଇ କୋର୍ଟ ଚାଲାଣ କରାଯାଇଥିଲା । ଜାମିନ ନାମଞ୍ଜୁର ହେବାରୁ ନିମାପଡା ଉପ-କlରାଗIରକୁ ପଠାଯାଇଥିବା ଜଣାପଡିଛି। ଜବତ ବ୍ରାଉନ ସୁଗାରର ମୂଲ୍ୟ ପ୍ରାୟ 15,00000 (ପନ୍ଦର ଲକ୍ଷ)ଟଙ୍କାରୁ ଉର୍ଦ୍ଧ ହେବ ।ଏହି ଚଢ଼ାଉରେ ଅବକାରୀ SI ଶ୍ରୀ ନାରାୟଣ ବେହେରା, ASI ଶ୍ରୀ ଲୋକନାଥ ପାତ୍ର,Staff- ସବିତା ସାହୁ,ଫିରୋଜ ମହାନନ୍ଦିଆ, ବିଶ୍ୱଜିତ ମହାପାତ୍ର ଆଶିଷ କୁମାର ପ୍ରଧାନ ପ୍ରମୁଖ ସାମିଲ ଥିଲେ । ଧୀରେନ୍ଦ୍ର ସେନାପତି,୩୧/୧/୨୦୨୩----୭,୪୫ Sakhigopal News,31/1/2023

ads

Blog Archive

Popular Posts