ସମ୍ପାଦକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଅ, ୨୪ଘଣ୍ଟା ମଧ୍ଯରେ ରିପୋର୍ଟ ଦିଅ :- ଏ,ଆର,ସି,ଏସ
ଓଡ଼ଗାଁ:- କୋମଣ୍ଡ ପାକ୍ସରେ ଆଜି ପର୍ୟ୍ଯନ୍ତ ମଣ୍ଡି ନଖୋଲିବା ନେଇ ଆଜି କୋମଣ୍ଡର କିଛି ଚାଷୀ ଜିଲ୍ଲାପାଳଙ୍କ ଦ୍ରୁଷ୍ଟି ଆକର୍ଷଣ କରିଥିଲେ। ପରେ ଜିଲ୍ଲାପାଳ କୋମଣ୍ଡ ମଣ୍ଡିର ସ୍ଥିତି ପରଖିବା ପାଇଁ ସୋସାଇଟିରେ ପହଞ୍ଚିଥିଲେ । ସେଠାରେ ଆଜି ପର୍ଯ୍ୟନ୍ତ ଧାନ ମଣ୍ଡି ନଖୋଲିବା ଏବଂ ସୋସାଇଟିରେ ସମ୍ପାଦକ ଲିଙ୍ଗରାଜ ସାହୁ ଅନୁପସ୍ଥିତି ରହିଥିଲେ। ଏହାକୁ ନେଇ ଜିଲ୍ଲାପାଳ ବିରକ୍ତ ପ୍ରକାଶ କରିଥିଲେ।
ଏହି ଘଟଣାକୁ ଗୁରୁତର ଭାବେ ନେଇ ସହକାରୀ ସମବାୟ ନିବନ୍ଧକ ସମୂହ, ନୟାଗଡ଼, ଆଜି କୋମଣ୍ଡ ସମବାୟ ସମିତି ର ସଭାପତିଙ୍କୁ ଏକ ନୋଟିସ ପଠାଇଛନ୍ତି। ଯେଉଁଥିରେ ଉଚିତ୍ ସମୟରେ ଧାନମଣ୍ଡି ନଖୋଲିବା ଫଳରେ ଚାଷୀ ହଇରାଣ ହେବା ଏବଂ ଜିଲ୍ଲାପାଳଙ୍କ ଗସ୍ତ ସମୟରେ ସମ୍ପାଦକ ଉପସ୍ଥିତ ନରହି ଦାୟିତ୍ୱରେ ଅବହେଳା କାରଣରୁ ୨୪ ଘଣ୍ଟା ମଧ୍ଯରେ ସମ୍ପାଦକ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ସହ ରିପୋର୍ଟ ଦାଖଲ ପାଇଁ ସମବାୟ ନିବନ୍ଧକ ଚିଠିରେ ଦର୍ଶାଇଥିବା ବିଶେଷ ସୁତ୍ରରୁ ଜଣାପଡିଛି ।
ରିପୋର୍ଟ:- ଦିଲ୍ଲୀପ୍ କୁମାର ବିଶୋଇ, ଓଡ଼ଗାଁ
ତା:- ୩/୧/୨୩ ----୧୦,୧୦ Sakhigopal News,3/1/2023



