ads

Breaking News

ନିଲମ୍ବିତ କୋଷାଧ୍ୟକ୍ଷଙ୍କ ତୁଟୁନି ସୋସାଇଟି ମୋହ, ନିଲମ୍ବିତ ପରେ ମଧ୍ଯ କ୍ୟାଶ୍ ଚାବି ଦେଉନାହାନ୍ତି




ଓଡ଼ଗାଁ: ଓଡ଼ଗାଁ ବ୍ଳକ ଅନ୍ତର୍ଗତ କୁରାଳ ସେବା ସମବାୟ ସମିତି ଲିଃ ର ପରିଚାଳନା ପରିଷଦ ସଭାପତି କାହ୍ନୁ ଚରଣ ପଣ୍ଡା ଗତ ଡିସେମ୍ବର ମାସ ୩୦ ତାରିଖରେ କ୍ୟାସିଅର ତ୍ରିନାଥ ଦାଶ ଙ୍କୁ ଅର୍ଥ ତୋଷାରପାତ ଓ କାର୍ଯ୍ୟ ରେ ଅବହେଳା ସହ କାର୍ଯ୍ୟାଳୟ ନିର୍ଦେଶ କୁ ନ ମାନିବା ଇତ୍ୟାଦି ଅଭିଯୋଗ ଯୋଗୁଁ ନିଲମ୍ବିତ କରିଥିଲେ। ତ୍ରିନାଥ ଦାଶ ଙ୍କ ଠାରୁ ଅଫିସ ର ସମସ୍ତ ଚାବି ସେତେବେଳର ସମ୍ପାଦକ ଭଗବାନ ଭଞ୍ଜ ଙ୍କୁ ହସ୍ତାନ୍ତର କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା। କିନ୍ତୁ ଆଜି ପର୍ଯ୍ୟନ୍ତ ତ୍ରିନାଥ ଦାଶ ଡବଲ ଲକର ଚାବି ହସ୍ତାନ୍ତର ନ କରି ତାଙ୍କ ପାଖରେ ରଖିଛନ୍ତି। ଡବଲ ଲକର ରେ ବନ୍ଧକ ସୁନା ସବୁ ଅଛି । ଅଧିକାଂଶ ସୁନା ପ୍ୟାକେଟ ଗୁଡିକ ତ୍ରିନାଥ ଦାଶ ହେରଫେର କରି ନେଇଯାଇଥିବା ଅଭିଯୋଗ ହୋଉଛି। ତେବେ ଯଦି ଲକର ମଧ୍ଯରୁ ବନ୍ଧକ ଜିନିଷ ହଜେ ଦାୟୀ କିଏ ରହିବ ତାହା ପ୍ରଶ୍ନ ଉଠୁଛି। ଜମାକାରୀ ଙ୍କ ସୁରକ୍ଷା ଦୃଷ୍ଟିରୁ ଯଥା ଶିଘ୍ର ତ୍ରିନାଥ ଦାଶଙ୍କ ଠାରୁ ଡବଲ ଲକର ଚାବି ଆଣିବା ପାଇଁ ଜନସାଧାରଣ ଦାବି ହୋଇଛି। 

ରିପୋର୍ଟ:- ଦିଲ୍ଲୀପ୍ କୁମାର ବିଶୋଇ, ଓଡ଼ଗାଁ
ତା:- ୨୩/୧/୨୩----୭,୧୦ Sakhigopal News,23/1/2023

ads

Blog Archive

Popular Posts