ads

Breaking News

କୋମଣ୍ଡ ସୋସାଇଟିରେ ଜିଲ୍ଲାପାଳଙ୍କ ଙ୍କ ଅଚାନକ ପରିଭ୍ରମଣ , ସମ୍ପାଦକ ଅନୁପସ୍ଥିତ ନେଇ କ୍ଷୋଭ




ଓଡ଼ଗାଁ:-  ଆଜି ନୟାଗଡ଼ ଜିଲ୍ଲାପାଳ ରବିନ୍ଦ୍ରନାଥ ସାହୁ, ନୟାଗଡ଼ ଉପ-ଜିଲ୍ଲାପାଳ, ଓଡ଼ଗାଁ ତହସିଲଦାର ଓଡ଼ଗାଁର ବିଭିନ୍ନ ସ୍ଥାନରେ ଚାଲିଥିବା ବେଆଇନ ଖଣି ଉପରେ  ଅଚାନକ ଛାନଭିନ କରିଥିଲେ । ଏହି ସମୟରେ କୋମଣ୍ଡ ଗ୍ରାମବାସୀ  ନିଜ ଗ୍ରାମର ଧାନ ମଣ୍ଡି କ'ଣ ପାଇଁ ଆଜିଯାଏ ଖୋଲି ନାହିଁ ବୋଲି ଜିଲ୍ଲାପାଳଙ୍କ ଦ୍ରୁଷ୍ଟି ଆକର୍ଷଣ କରିଥିଲେ । ତେଣୁ ଆଜି ବିଭିନ୍ନ ମଣ୍ଡିରେ ପାଳି ଥିବା ଜାଣି ଜିଲ୍ଲାପାଳ ରବିନ୍ଦ୍ରନାଥ ସାହୁ କୋମଣ୍ଡ ସୋସାଇଟି ଧାନ ମଣ୍ଡିରେ  ପହଞ୍ଚିଥିଲେ। କିନ୍ତୁ ସେଠାରେ ଧାନ ମଣ୍ଡି ଅଦ୍ୟାବଧି ଆରମ୍ଭ ହୋଇନଥିବା ଏବଂ ସୋସାଇଟି ରେ ସମ୍ପାଦକ ଲିଙ୍ଗରାଜ ସାହୁ ଉପସ୍ଥିତ ନଥିବା ଦେଖି ଜିଲ୍ଲାପାଳ କ୍ଷୋଭ, ଅସନ୍ତୋଷ ଓ ବିରକ୍ତ ପ୍ରକାଶ କରିଥିବା ଜଣାଯାଇଛି। 

ରିପୋର୍ଟ:- ଦିଲ୍ଲୀପ୍ କୁମାର ବିଶୋଇ, ଓଡ଼ଗାଁ
ତା:-୩/୧/୨୩----୭,୪୫ Sakhigopal News,3/1/2023

ads

Blog Archive

Popular Posts