ads

Breaking News

ଓଡ଼ଗାଁ ମହୋତ୍ସବ ଓ ପଲ୍ଲିଶ୍ରୀ ମେଳା ବିଳମ୍ବିତ ରାତିରେ ଉଦଯାପିତ ହୋଇଯାଇଛି




ଓଡ଼ଗାଁ:- ଐତିହାସିକ ଓଡ଼ଗାଁ ମହୋତ୍ସବ ଓ ପଲ୍ଲିଶ୍ରୀ ମେଳା ରବିବାର ବିଳମ୍ବିତ ରାତିରେ ଅତିଥି ମାନଙ୍କ ଦ୍ଵାରା ଉଦଯାପିତ ହୋଇଯାଇଛି। ନୟାଗଡ଼ ଜିଲ୍ଲାପାଳ ରବିନ୍ଦ୍ରନାଥ ସାହୁ ଓଡ଼ଗାଁ ଆରାଧ୍ୟ ପ୍ରଭୁ ଶ୍ରୀ ରଘୁନାଥଙ୍କ ପ୍ରତିମୂର୍ତ୍ତି ନିକଟରେ  ପ୍ରଦୀପ ପ୍ରଜ୍ଜ୍ବଳିତ କରି ମହୋତ୍ସବର ଶେଷ ସଂଧ୍ୟାକୁ ଉଦଘାଟନ କରିଥିଲେ। ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କ ସୁନ୍ଦର ନ୍ରୁତ୍ୟ ଦର୍ଶକ ଓ ଅତିଥି ମାନଙ୍କୁ ମନ୍ତ୍ରମୁଗ୍ଧ କରିଥିଲା।  ଶୀତୁଆ ସଂନ୍ଧ୍ଯା ସାଙ୍ଗକୁ ମହୋତ୍ସବ ର ନ୍ରୁତ୍ୟ, ସଂଗୀତ ଏହାସହ ବିଭିନ୍ନ ରକମର ଷ୍ଟଲ ମଜାରେ ବିଳମ୍ବିତ ରାତି ପର୍ଯ୍ୟନ୍ତ  ଦର୍ଶକ ଉପଭୋଗ କରିଥିଲେ। 
                  ଆଜିର ମହୋତ୍ସବ ରେ ମୁଖ୍ଯ ବିଶେଷ ଆକର୍ଷଣ ଭାବେ ବରିଷ୍ଠ ସିନେ ଅଭିନେତା ପ୍ରଦ୍ୟୁମ୍ନ ଲେଙ୍କା  । ଅନ୍ୟତମ ଆକର୍ଷଣ ଭାବେ ହାସ୍ଯ ଅଭିନେତା ଅନୁଗୁଳିଆ ବଣ୍ଟି ଓ ତାଙ୍କର ଷ୍ଟାଫ୍ ମଞ୍ଚ ଅଧିକ ଆକର୍ଷିତ କରିଥିଲେ। ଏହାସହ ସୁବିଦିତା ଇଭେଣ୍ଟସ୍ ମେଲୋଡି ଭୂବନେଶ୍ୱର ଦର୍ଶକଙ୍କ ମନ ଜିଣି ଥିଲା। 
                      ମୁଖ୍ଯ ଅତିଥି ଭାବେ ନୟାଗଡ଼ ବିଧାୟକ ଡ ଅରୁଣ କୁମାର ସାହୁ, ସମ୍ମାନିତ ଅତିଥି ଭାବେ ଜିଲ୍ଲା ପରିଷଦ ଅଧ୍ଯକ୍ଷ ଇଂ ଦେବାଶିଷ ପଟ୍ଟନାୟକ, ନୟାଗଡ଼ ଜିଲ୍ଲାପାଳ ରବିନ୍ଦ୍ରନାଥ ସାହୁ, ସମାଜସେବୀ ଦିବାକର ନାୟକ ପ୍ରମୁଖ ଯୋଗଦେଇଥିବା ବେଳେ ଓଡ଼ଗାଁ ବ୍ଳକ ଅଧ୍ଯକ୍ଷ ଲୋକନାଥ ସାହୁ ଓ ଓଡ଼ଗାଁ ଗୋଷ୍ଠୀ ଶିକ୍ଷା ଅଧିକାରୀ ଗୀତାଞ୍ଜଳି ସାହୁ ସଭାକାର୍ଯ୍ୟ ପରିଚାଳନା କରିଥିଲେ।


ରିପୋର୍ଟ:- ଦିଲ୍ଲୀପ୍ କୁମାର ବିଶୋଇ ,ଓଡ଼ଗାଁ
ତା:- ୩୦/୧/୨୩ ----- ୨,୧୦ Sakhigopal News,30/1/2023

ads

Blog Archive

Popular Posts