ads

Breaking News

ସାଧାରଣତନ୍ତ୍ର ଦିବସ ଉପଲକ୍ଷେ ପ୍ୟାରେଡ ଅଭ୍ୟାସ ଶିବିର



ଭଞ୍ଜନଗର,----୭୪ତମ ସାଧାରଣତନ୍ତ୍ର ଦିବସ ପାଳନ ପାଇଁ ସ୍ଥାନୀୟ ଉପଖଣ୍ଡ ସୁଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ପ୍ରସ୍ତୁତି ଚୁଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ଏହି କ୍ରମରେ ରବିବାର ସ୍ଥାନୀୟ କବିସମ୍ରାଟ ଷ୍ଟାଡିୟମ ପରିସରରେ ସାଧାରଣତନ୍ତ୍ର ଦିବସ ପ୍ୟାରେଡରେ ଅଂଶ ଗ୍ରହଣ କରୁଥିବା ସମସ୍ତ ଶିକ୍ଷାନୁଷ୍ଠାନ ର ଛାତ୍ରଛାତ୍ରୀ ବିଶେଷକରି ଏନସିସି କ୍ୟାଡେଟ,ଏୟାର ଓ୍ବିଙ୍ଗ୍, ଆର୍ମି ଓ୍ବିଙ୍ଗ୍ ଓ ନେଭାଲ୍ ଓ୍ବିଙ୍ଗ୍, ବିଭିନ୍ନ ବିଦ୍ୟାଳୟର ରେଡକ୍ରସ ୟୁନିଟ, ସ୍କାଉଟ୍ ଗାଇଡ୍, ସିଭିଲିଆନ୍ ଆଦି ବିଭିନ୍ନ ୟୁନିଟ ପକ୍ଷରୁ ରବିବାର ଅପରାହ୍ନରେ ଜୋରଦାର ପ୍ୟାରେଡ ଅଭ୍ୟାସ କରାଯାଇଛି। ସୋମବାର ଚୁଡାନ୍ତ ପର୍ଯ୍ୟାୟ ପ୍ରସ୍ତୁତି ଶିବିର ଆୟୋଜିତ ହେବ। ଏଥିପାଇଁ ରବିବାର ସ୍ଥାନୀୟ ଏନ୍ ଏ ସି ପକ୍ଷରୁ ଦୁଇଟି ଟ୍ୟାଙ୍କର ସହାୟତାରେ ପଡ଼ିଆରେ ପାଣି ସିଞ୍ଚନ କରାଯାଇଛି। ସୋମବାର ମଧ୍ୟ ପଡ଼ିଆରେ ପାଣି ସିଞ୍ଚନ କରାଯିବ କାର୍ଯ୍ୟକ୍ରମ ରହିଛି। ସୂଚନାଯୋଗ୍ୟ ଯେ ଚଳିତ ବର୍ଷ କୋଭିଡ କଟକଣା ହଟିବା ପରେ ଦୀର୍ଘ ୩ବର୍ଷର ବ୍ୟବଧାନ ରେ ପ୍ରଥମ ଥର ପାଇଁ ସର୍ବସାଧାରଣ ଙ୍କ ଉପସ୍ଥିତି ରେ ସମସ୍ତ ପ୍ରକାର ଆୟୋଜନ ସହ ଭବ୍ୟ କାର୍ଯ୍ୟକ୍ରମ ଆୟୋଜିତ ହେବାକୁ ଯାଉଛି। ଏଣୁ ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ଚଳିତବର୍ଷ ଏହି ଜାତୀୟ କାର୍ଯ୍ୟକ୍ରମ ଯେପରି ଅଧିକ ଆକର୍ଷଣୀୟ ହୋଇପାରିବ ସେଥିପାଇଁ ଭରପୁର ପ୍ରୟାସ କରୁଥିବା  ଅଧିକାରୀ ଗୈାରୀ ଶଙ୍କର ଶତପଥୀ ଉଲ୍ଲେଖ କରିଛନ୍ତି।
ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୨୨/୧/୨୦୨୩-----୮,୫୦ Sakhigopal News,22/1/2023

ads

Blog Archive

Popular Posts