ads

Breaking News

ସାକ୍ଷୀଗୋପାଳ କଲେଜରେ ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା ଉତ୍ସବ





ସାକ୍ଷୀଗୋପାଳ,  :-  ଉତ୍କଳମଣି ଗୋପବନ୍ଧୁ ସ୍ମୃତି ମହାବିଦ୍ୟାଳୟର ସଭାଗୃହରେ ଆଜି ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼ଃ ରତିକାନ୍ତ ପରିଡ଼ା ଏବଂ ଓଡ଼ିଆ ଭାଷା ସାହିତ୍ୟ ବିଭାଗର ମୁଖ୍ୟ ପ୍ରଫେସର ନଳିନୀ ଲୋଚନ ଦାଶଙ୍କୁ ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା ଦିଆଯାଇଛି l ମହାବିଦ୍ୟାଳୟର ପରିଚାଳନା କମିଟିର ସଭାପତି ଡ଼ଃ ପ୍ରଭାତ କୁମାର ମିଶ୍ରଙ୍କ ସଭାପତିତ୍ବରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବିଦାୟୀ ଅଧ୍ୟକ୍ଷ ଡ଼ଃ ପରିଡ଼ା ତଥା ପ୍ରଫେସର ଦାଶ ଙ୍କ ସମେତ ଅନୁଷ୍ଠାନର ଆଗାମୀ ଅଧ୍ୟକ୍ଷ ପ୍ରଫେସର ସତ୍ୟ ଶିବ ସୁନ୍ଦର ମିଶ୍ର ଅନୁଷ୍ଠାନର ବରିଷ୍ଠ କର୍ମଚାରୀ ଶୀ ରାଜକିଶୋର ପତି ତଥା କର୍ମଚାରୀ ପରିଷଦ ସମ୍ପାଦକ ଉପସ୍ଥିତ ଥିଲେ l ମହାବିଦ୍ୟାଳୟର ୪୭ ବର୍ଷର ଇତିହାସରେ ଡ଼ଃ ପରିଡ଼ା ହେଉଛନ୍ତି ୨୫ତମ ଅଧ୍ୟକ୍ଷ l ତାଙ୍କର ୩୭ ବର୍ଷ କାର୍ଯ୍ୟକାଳରେ ଏକ ସଫଳ ଶିକ୍ଷକ ଓ ଗବେଷକ ଭାବରେ ପ୍ରତିଷ୍ଠିତ ବୋଲି ସମ୍ପାଦକ ଶ୍ରୀ ମନୋଜ ପରିଡ଼ା ନିଜ ସ୍ୱାଗତ ଭାଷଣରେ କହିଥିଲେ l ସଭାର ପ୍ରାରମ୍ଭ ପ୍ରାଧ୍ୟାପିକା ସୁଜାତା ମହାପାତ୍ରଙ୍କ ବେଦପାଠ ତଥା ଛାତ୍ର ମନୋଜ ସାହୁଙ୍କ ସ୍ୱାଗତ ସଂଗୀତ ସହ ହୋଇଥିଲା l ସଭାରେ ଛାତ୍ର ନୀଳମଣି ପଣ୍ଡା, ଚିନ୍ମୟ ମହାରଣା ପ୍ରମୁଖ ବିଦାୟୀ ଶିକ୍ଷକମାନଙ୍କର ସ୍ମୃତିଚାରଣ କରିଥିଲେ l କର୍ମଚାରୀମାନଙ୍କ ମଧ୍ୟରୁ  ପ୍ର. ଅଜୟ କୁମାର ଦାଶ, ପ୍ର. ସୁଜାତା ମହାପାତ୍ର, ପ୍ର. ରତ୍ନାକର ସାହୁ., ପ୍ର. ଚନ୍ଦ୍ରଶେଖର ତ୍ରିପାଠୀ, ଡ଼ଃ ରାଜଶ୍ରୀ ଶତପଥୀ, ଡ଼ଃ ଶଙ୍କର୍ଷଣ ପ୍ରଧାନ, ପ୍ର. ସସ୍ମିତା ପ୍ରଧାନ, ପ୍ର. ସ୍ଵର୍ଣ୍ଣଲତା ମାହାରୀ, ପ୍ର. ପୁପୁଲ ମହାନ୍ତି, ପ୍ର. ଅମରନାଥ ପାଲ, ପ୍ର. ବିଶ୍ୱନାଥ ଚୂହାଣ ତଥା  କନିଷ୍ଠ କିରାଣୀ ମହେଶ୍ୱର ମିଶ୍ର ଡ଼ଃ ପରିଡ଼ା ଓ ପ୍ରଫେସର ଦାଶଙ୍କ ଅନୁଷ୍ଠାନ ପ୍ରତି ଥିବା ଅବଦାନକୁ ସ୍ମରଣ କରିବା ସହ ଉଭୟଙ୍କର ଅବସରକାଳୀନ ଜୀବନ ମଙ୍ଗଳମୟ ହେଉ ବୋଲି ଆଶା ପୋଷଣ କରିଥିଲେ l ନୂତନ ଅଧ୍ୟକ୍ଷ ପ୍ରଫେସର ସତ୍ୟ ଶିବ ସୁନ୍ଦର ମିଶ୍ର ଉଭୟଙ୍କର ଆଗାମୀ ଦିନରେ ଜୀବନ ସୁଖମୟ ହେଉ ବୋଲି ଆଶାପୋଷଣ କରିଥିଲେ l


ସମ୍ବର୍ଦ୍ଧନା ସଭାରେ  ବିଦାୟୀ ଅଧ୍ୟକ୍ଷ ଡ଼ଃ ପରିଡ଼ା ତାଙ୍କର କାର୍ଯ୍ୟକାଳରେ  ଅନୁଷ୍ଠାନର ସମୁଗ୍ରିକ ବିକାଶ ପାଇଁ ନିଆଯାଇଥିବା ପଦକ୍ଷେପ ସମ୍ପର୍କରେ ସୂଚନା ଦେଇଥିଲେ। ମହାବିଦ୍ୟାଳୟରେ ଭିତିଭୂମିର ଘୋର ଅଭାବ ରହିଛି ଓ ସେ ସବୁର ପରିପୂରଣ ପାଇଁ କର୍ମଚାରୀ, ଅଭିଭାବକ ତଥା ପରିଚାଳନା କମିଟି ସଂଘବଦ୍ଧ ଭାବେ କାର୍ଯ୍ୟ କଲେ କଲେଜ ଏକ ପୂର୍ଣ୍ଣାଙ୍ଗ ମହାବିଦ୍ୟାଳୟ ହେବ ବୋଲି ଦୃଢ଼ ଆଶାପୋଷଣ କରିଥିଲେ l ପରିଚାଳନା କମିଟି ସଭାପତି ଡ଼ଃ ମିଶ୍ର ଉଭୟଙ୍କର ଅନୁଷ୍ଠାନ ପ୍ରତି ଥିବା ଅବଦାନର ପ୍ରଂଶସା କରିବା ସହ ସେମାନଙ୍କର ଭବିଷ୍ୟତ ମଙ୍ଗଳମୟ ହେଉ ବୋଲି ଆଶାପୋଷଣ କରିଥିଲେ l ଉତ୍ସବରେ ଡ଼ଃ କଳ୍ପନା କୁମାରୀ ମହାପାତ୍ର ଓ ପ୍ରଫେସର ସସ୍ମିତା ପ୍ରଧାନ ବିଦାୟୀ ଡ଼ଃ ପରିଡ଼ା ଓ ପ୍ରଫେସର ଦାଶଙ୍କ ମାନପତ୍ର ପାଠ କରିଥିଲେ l ଏହି ଅବସରରେ କର୍ମଚାରୀଙ୍କ ପକ୍ଷରୁ ତଥା ରାଜନୀତି ବିଜ୍ଞାନ ଓ ଓଡ଼ିଆ ସମ୍ମାନ ବିଭାଗ ପକ୍ଷରୁ ଉପଢ଼ୌକନ ସ୍ମୃତିଫଳକ ତଥା ଉପହାର ଡ଼ଃ ପରିଡ଼ା ଓ ପ୍ରଫେସର ଦାଶଙ୍କୁ ପ୍ରଦାନ କରାଯାଇଥିଲା l ଏହା ସହିତ +୩ ବିଜ୍ଞାନ ଛାତ୍ର ହରିହର ସାହୁ ଡ଼ଃ ପରିଡ଼ାଙ୍କୁ ତାଙ୍କର ଏକ ସ୍ଵହସ୍ତ ଅଙ୍କିତ ପ୍ରତିକୃତି ଉପହାର ଦେଇଥିଲେ ।  ପ୍ରଫେସର ବିଶ୍ୱନାଥ ଚୂହାଣଙ୍କ ଦ୍ୱାରା ପ୍ରସ୍ତୁତ ଏକ ସ୍ମୃତି ଡକୁମେଣ୍ଟରୀ ପ୍ରଦର୍ଶିତ ହୋଇଥିଲା l ପରିଶେଷରେ ଅନୁଷ୍ଠାନର ବଡ଼ବାବୁ ରାଜକିଶୋର ପତି ଧନ୍ୟବାଦ ଅର୍ପଣ କରିଥିଲେ l
ସାକ୍ଷୀଗୋପାଳ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୩୧/୧/୨୦୨୩----୧୧,୨୦ Sakhigopal News,31/1/2023

ads

Blog Archive

Popular Posts