ads

Breaking News

ନିଖିଳ ଓଡ଼ିଶା କୈବର୍ତ୍ତ ମହାସଭା ଭୁବନେଶ୍ୱର ର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ



ପୁରୀ---  ନିଖିଳ ଓଡ଼ିଶା କୈବର୍ତ୍ତ ମହାସଭା ଭୁବନେଶ୍ୱର ର ରାଜ୍ୟ ସ୍ତରୀୟ କାର୍ଯ୍ୟକାରିଣୀ କମିଟିର ପ୍ରଥମ ବୈଠକ ଏବଂ ସଂକଳ୍ପ ଅଧିବେଶନ ପୁରୀର ଲୋକନାଥ ରୋଡ ର ଛପନ ଛକ ନିକଟସ୍ଥ ଶ୍ରୀ ନୀଳାଚଳ ଖଣ୍ଡାୟତ କଲ୍ୟାଣ ମଣ୍ଡପ ଠାରେ ଅନୁଷ୍ଠିତ ହୋଇଥିଲା। ଏଥିରେ ମହାସଭାର ସଭାପତି ତଥା ପୂର୍ବତନ ମନ୍ତ୍ରୀ ଶ୍ରୀ ଯୋଗେନ୍ଦ୍ର ବେହେରା ସଭାପତିତ୍ବ କରିଥିଲେ। ଜାତୀୟ ଅନୁସୂଚିତ ଜାତି କମିଶନ୍ ର ଉପାଧ୍ୟକ୍ଷ ଶ୍ରୀ ଅରୁଣ ହାଲଦାର୍ ମୁଖ୍ୟ ଅତିଥି ଏବଂ ସ୍ଥାନୀୟ ବିଧାୟକ ଶ୍ରୀ ଜୟନ୍ତ କୁମାର ଷଡ଼ଙ୍ଗୀ ମୁଖ୍ୟ ବକ୍ତା ଭାବେ ଯୋଗ ଦେଇଥିଲେ । ମୁଖ୍ୟ ଅତିଥି ଶ୍ରୀ ହାଲଦାର୍, କୈବର୍ତ୍ତ ଜାତିର ସମସ୍ତ  ଭାଈ ଭଉଣୀ ମାନଙ୍କୁ ଏକତ୍ରିତ ହୋଇ କାମ କରିବାକୁ ଆହ୍ବାନ ଦେବା ସହ ଅନୁସୂଚିତ ଜାତିର ଲୋକମାନଙ୍କର ସମସ୍ୟା କମିଶନର ଙ୍କ ଦୃଷ୍ଟି ଆକର୍ଷଣ କରିବାକୁ ଉପଦେଶ ଦେଇଥିଲେ। ସ୍ଥାନୀୟ ବିଧାୟକ ଶ୍ରୀ ଷଡ଼ଙ୍ଗୀ, ଲୋକନାଥ ମନ୍ଦିର ପାଖରେ ଥିବା କୈବର୍ତ୍ତ ଭବନ କୁ ଦଶ ଲକ୍ଷ ଟଙ୍କା ତାଙ୍କ ପାଣ୍ଠିରୁ ଦେବେ ବୋଲି ଘୋଷଣା କରିଥିଲେ। ଏହି ସଭାରେ ମହାସଭାର କାର୍ଯ୍ୟକାରୀ ସଭାପତି ଶ୍ରୀ ମନୋଜ କୁମାର ବେହେରା, ସାଧାରଣ ସମ୍ପାଦକ ଶ୍ରୀ ସୁଧିର ଖଣ୍ଡା, ଶ୍ରୀ କ୍ଷେତ୍ରମଣି ବେହେରା , ଶ୍ରୀ ସୁଧାଂଶୁ ଶେଖର ରାହୁ, ଶ୍ରୀ ପ୍ରସନ୍ନ ବେହେରା ଙ୍କ ସମେତ ଅନ୍ୟ ଜିଲ୍ଲା ସ୍ତରୀୟ ପଦାଧିକାରୀ ଗଣ ନିଜ ନିଜର ବକ୍ତବ୍ୟ ରଖିଥିଲେ। 
ଶେଷରେ ରାଜ୍ୟ ଯୁବ କମିଟିର ରାଜ୍ୟ ସଭାପତି ଶ୍ରୀ ନିହାର ରଞ୍ଜନ ବେହେରା ଧନ୍ୟବାଦ୍ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ରାଜ୍ୟର କୋଣ ଅନୁକୋଣ ରୁ ପ୍ରତ୍ୟେକ ଜିଲ୍ଲାରୁ ଶହ ଶହ ସଂଖ୍ୟାରେ କୈବର୍ତ୍ତ ସଦସ୍ୟ ମାନେ ଯୋଗଦାନ କରିଥିଲେ। ଏହି ଅବସରରେ ଆଗାମୀ ଅଧିବେଶନ ବାଲେଶ୍ଵର ଜିଲ୍ଲାର ବାଲିଆପାଳ ଠାରେ ଅନୁଷ୍ଠିତ ହେବାପାଇଁ ପ୍ରସ୍ତାବ ରଖାଯାଇଥିଲା।
ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୨୯/୧/୨୦୨୩---୮,୧୦  Sakhigopal News,29/1/2023

ads

Blog Archive

Popular Posts