ads

Breaking News

ଧୁବେନପାଲି ଗ୍ରାମ ଠାରେ ନୂତନ ବର୍ଷ ଅବସରରେ ୨୦୨୨ ର "ଗାଁ ପ୍ରତିଭା ସମ୍ମାନ"



 ବରଗଡ଼-- ବରଗଡ ଜିଲ୍ଲା ଭେଡେନ ବ୍ଲକ ଧୁବେନପାଲି ଗ୍ରାମ ଠାରେ "ଜୟ ପ୍ରକାଶ ସଂଘ" ତରଫରୁ "ଗାଁ ପ୍ରତିଭା ସମ୍ମାନ" ର ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ସଭାପତିତ୍ବ କରିଥିଲେ ସୁଧିର ଦାଶ । ମୁଖ୍ୟ ଅତିଥି ଭାବରେ ମନୋହର ସାଂସ୍କୃତିକ ସଂସଦ ର ସଭାପତି ତଥା ସାହିତ୍ୟିକ ଉତ୍ପନ୍ନ କୁମାର ଭୋଇ ଯୋଗ ଦେଇ ଥିବାବେଳେ ସମ୍ମାନୀତ ଅତିଥି ଭାବେ ନାଟ୍ୟକାର, କ୍ରୀଡାବିତ୍ ତଥା ସମାଜସେବୀ ସଂଜୟ କୁମାର ନନ୍ଦ ଓ ମୁଖ୍ୟ ବକ୍ତା ଭାବେ ଶ୍ରୀମତୀ ସୁଷମା ମଂଜରୀ ଦାଶ  ଶିକ୍ଷୟିତ୍ରୀ ଯୋଗ ଦେଇଥିଲେ। ଜୟ ପ୍ରକାଶ ସଂଘ ପକ୍ଷରୁ ଅତିଥି ମାନଙ୍କ ଦ୍ଵାରା ସମ୍ମାନିତ ହେଲେ, ଶ୍ରେଷ୍ଠ ଛାତ୍ର ଆଶୁତୋଷ ଦାଶ, କୃତୀ ଶୀଳ୍ପି  ଅରୁଣ କୁମାର ପ୍ରଧାନ, ସ୍ୱେଚ୍ଛାସେବୀ ଅମର କୁମାର ଭୋଇ ଓ ଦଶରଥ ସାହୁ ଗୌରୀ ଦାଶ ସମ୍ମାନ ପ୍ରଦାନ କରାଯାଇଛି। ଏହି ସମୟରେ ସହଯୋଗ କରିଥିଲେ ତରଣୀ, କୃଷ୍ନ, ହିମାଂଶୁ, ଭଗବାନ, ଗରିବ ଓ ଗଣନାଥ ପ୍ରମୁଖ। ଏଥିରେ ନିରାକାର ବେହେରା ମଂଚ ପରିଚାଳନା ଓ ଧନ୍ୟବାଦ ଅର୍ପଣ କରିଥିଲେ। ବରଗଡ଼ ରୁ ଭବାନୀ ଶଙ୍କର ପାଢୀ ଙ୍କ ରିପୋର୍ଟ,୨/୧/୨୦୨୩---୭,୧୦  Sakhigopal News,2/1/2023

ads

Blog Archive

Popular Posts