ads

Breaking News

ବିବାହିତା ମହିଳାଙ୍କୁ ପ୍ରେମ କରିବା ମହଙ୍ଗା ପଡ଼ିଲା;ଖୋଲିଲା କଟକ LIC ଏଜେଣ୍ଟଙ୍କ ହତ୍ୟା ରହସ୍ୟ



ନୟାଗଡ :-ଖୋଲିଲା କଟକ LIC ଏଜେଣ୍ଟଙ୍କ ହତ୍ୟା ରହସ୍ୟ । ବିବାହିତା ମହିଳାଙ୍କୁ ପ୍ରେମ କରିବା ମହଙ୍ଗା ପଡ଼ିଲା । ପ୍ରେମିକକୁ ପ୍ରେମିକା ସମେତ ବିବାହିତା ପ୍ରେମିକାର ସ୍ୱାମୀ ଓ ୨ ପରିବାର ସଦସ୍ୟ ବିଭତ୍ସ ଭାବେ ହତ୍ୟା କରି ଘରେ ଜାଳି ଦେବା ପରେ  ପୋଡା ହାଡ଼କୁ ନେଇ ପୋଖରୀରେ  ଫିଙ୍ଗିଦେଇଥିବା ସୂଚନା । ତେବେ ଏଭଳି ଏକ ବିଭତ୍ସ ହତ୍ୟା ଅଭିଯୋଗ ସାମ୍ନାକୁ ଆସିଛି ନୟାଗଡ଼ ଜିଲ୍ଲା ନୂଆଗାଁ ଥାନା ଅଂଚଳରୁ । ସୂଚନା ଅନୁସାରେ ନୟାଗଡ଼ ମହୀପୁର ଅଂଚଳର ସୁନିତା ସାହୁ ନିଜ ସ୍ୱାମୀ ଦିପୁ ସାହୁଙ୍କ ସହ କଟକ ଠାରେ ଦହିବରା ବେପାର କରୁଥିଲେ । ତେବେ ଏହି ଦହି ବରା ବେପାର ବେଳେ ସୁନିତାଙ୍କର କଟକରେ LIC ଏଜେଣ୍ଟ ଭାବେ କାମ କରୁଥିବା ଶୈଳେନ୍ଦ୍ର ଜେନାଙ୍କ ସହ ପ୍ରେମ ସମ୍ପର୍କ ରହିଥିଲା । ଯାହାକୁ ନେଇ ପୂର୍ବରୁ ଶୈଳେନ୍ଦ୍ର ଓ ଦିପୁଙ୍କ ମଧ୍ୟରେ ବଚସା ହୋଇଥିଲା । ତେବେ ଗତ କିଛିଦିନ ତଳେ ପ୍ରେମିକା ଫୋନରୁ ନୂଆଗାଁ ଅଞ୍ଚଳକୁ ଆସିବା ପାଇଁ ମେସେଜ ଆସିବା ପରେ ପ୍ରେମିକ ଶୈଳେନ୍ଦ୍ର ନିଜର ଅନ୍ୟଜଣେ ବନ୍ଧୁଙ୍କ ସହ ନୂଆଗାଁ ମହୀପୁର ଅଞ୍ଚଳକୁ ଆସିଥିଲେ । ତେବେ ସେହିଠାରେ ଯୋଜନାବଦ୍ଧ ଭାବେ ଶୈଳେନ୍ଦ୍ରଙ୍କୁ ସୁନିତା ସାହୁ, ସୁନିତାଙ୍କ ସ୍ୱାମୀ ଦିପୁ ସାହୁ, ସୂରିଆ ସାହୁ ଓ ଦିପୁଙ୍କର ବାପା ମିଶି ଘରେ ବିଭତ୍ସ ଭାବେ ହତ୍ୟା କରିବା ପରେ ପ୍ରମାଣ ନଷ୍ଟପାଇଁ ଶଵକୁ ପୋଡିବା ପରେ ନିକଟସ୍ତ ପୋଖରୀରେ ପୋଡା ହାଡ଼କୁ ଫିଙ୍ଗିଦେଇଥିଲେ ।  ତେବେ ଏନେଇ ନୟାଗଡ଼ ପୋଲିସ ସୁନିତା ସାହୁ ଓ ସୂରିଆ ସାହୁଙ୍କୁ ଗିରଫ କରିଥିବା ବେଳେ ସୁନିତାଙ୍କ ସ୍ୱାମୀ ଓ ଶ୍ୱଶୁର ଫେରାର ରହିଛନ୍ତି । ତେବେ ପୋଲିସ ଓ ସାଇଣ୍ଟିଫିକ ଟିମ ଘଟଣାସ୍ଥଳରେ ପହଂଚି କ୍ରାଇମସିନ ରିକ୍ରିଏସନ କରିବା ସହ ଛାନଭିନ ଚଳାଇଛି। ଛାନଭିନ୍ନ ସମୟରେ ଯେଉଁ ଜାଗାରେ ଶୈଳେନ୍ଦଙ୍କୁ ପୋଡି ମାରି ଦେଇ ଥିବା ଜାଗାରୁ ଖପୁରି,ହାଡ଼ ଏବଂ ନିକଟରେ ଥିବା ପୋଖରୀରରୁ ଦାନ୍ତ ଏବଂ ଅନ୍ୟାନ୍ୟ ହାଡ ମିଳିଛି। ନୟାଗଡ଼ ରୁ ନିରଞ୍ଜନ ଦାସଙ୍କ ରିପୋର୍ଟ,୧୩/୧୨/୨୦୨୨----୧,୪୦ Sakhigopal News,13/12/2022

ads

Blog Archive

Popular Posts