ads

Breaking News

ବିଦ୍ୟୁତ ଦେଖିଲେ ନାହିଁ ଦୁଇ ପରିବାର, ବିତିଗଲା30ବର୍ଷ

 


ନୟାଗଡ଼--- ରାତି ହେଲେ ଚିନ୍ତା ମାଡି ଆସୁଛି । ଦିନରେ ଯେମିତି ସେମିତି କଟିଯାଉଛି। ରାତି ହେଲେ ନିଦ ହଜିଯାଉଛି। ବିଦ୍ୟତୁ ସଂଯୋଗ ମିଳୁନି, ଡିବିରିଉ ଆଲୁଅ ଜଳାଇବା ପାଇଁ କିରାସିନି ମିଳୁନି, କେମିତି ଚଳିବ ଘର।  ସମସ୍ତଙ୍କୁ ଅଭିଯୋଗ କରୁଛୁ, କେତେଦିନ ଏମିତି ଅଭିଯୋଗ କରିବୁ,ଅଭିଯୋଗ କରି ଥକି ପଡିଲୁଣି । ଏ ଭଳି ଦୁଃଖ ଭରା କଣ୍ଠ ରେ ଅଭିଯୋଗ କରିଛନ୍ତି ଦୁଇ ପରିବାର। ନୟାଗଡ଼ ଜିଲ୍ଲା ଖଣ୍ଡପଡ଼ା ବ୍ଳକ ଅନ୍ତର୍ଗତ ରାଣୀପଡା ଗ୍ରାମରେ ବାସ କରୁଛନ୍ତି ଗୋପାଳ କୃଷ୍ଣ ଜେନା ଓ ପ୍ରଶାନ୍ତ କୁମାର ଜେନା।ଭାରତ ସ୍ବାଧୀନ ହେବାର  ୭୫ବର୍ଷ ବିତିଗଲାଣି , ଅଦ୍ୟାବଧି ବିଦ୍ୟୁତ ସେବା ପରି ସର୍ବନିମ୍ନ ମୌଳିକ ଆବଶ୍ୟକତା ରୁ ବଞ୍ଚିତ ହୋଇ ରହିଛନ୍ତି ଏହି ଦୁଇ ପରିବାର ।
୧୯୯୨ମସିହାରୁ ରାଣିପଡା ନିକଟରେ ଥିବା ନିଜର ପୈତୃକ ଜାଗାରେ ଦୁଇ ପରିବାର ଛୁଆ ପିଲାମାନଙ୍କ ଧରି ରହି ଆସୁଛନ୍ତି । ଖାଲି ସେତିକି ନୁହେଁ ଦୁଇ ପରିବାର ସେଠାରେ ସ୍ଥାୟୀ ପକ୍କାଘର ନିର୍ମାଣ କରି ଅତି ଦୟନୀୟ ଅବସ୍ଥାରେ କାଳାତିପାତ କରୁଛନ୍ତି। ସେହି ଘରକୁ ବିଦ୍ୟୁତ୍ ସଂଯୋଗ ନିମନ୍ତେ ବିଦ୍ୟୂତ ବିତରଣ କମ୍ପାନୀ କର୍ତ୍ତୃପକ୍ଷ ଙ୍କ ଠାରୁ ଆରମ୍ଭ କରି ଲୋକ ପ୍ରତିିନିଧି ମାନେ ବିଭିନ୍ନ ସମୟରେ ପ୍ରତିଶୃତି ଦେଉଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ବିଦ୍ୟୁତ ସଂଯୋଗ ହୋଇପାରିନାହିଁ । କେବେ ଵିଦ୍ୟତୁ ସଂଯୋଗ ମିଳିବ ଏନେଇ ଦୁଇ ପରିବାର ଚିନ୍ତାରେ। ଘଟଣା ସମ୍ପର୍କରେ ନୟାଗଡ଼ ଟିପିସି ଡିଓଲ ର ନିର୍ବାହୀଯନ୍ତ୍ରୀ କହିଛନ୍ତି ଘଟଣା ସମ୍ପର୍କରେ ମୋ ପାଖରେ ଖବର ନାହିଁ । ବିଦ୍ୟତୁ ସଂଯୋଗ ସମସ୍ତ ଙ୍କୁ ଦିଆଯାଉଛି ।ଆମ ପାଖରେ ଅଭିଯୋଗ କରିବେ ତାହା ମୁଁ  ସ୍ବତନ୍ତ୍ର ଭାବେ ଦୃଷ୍ଟି ଦେବି ବୋଲି କହିଛନ୍ତି। ନୟାଗଡ଼ ରୁ ନିରଞ୍ଜନ ଦାସଙ୍କ ରିପୋର୍ଟ,୧୩/୧୨/୨୦୨୨----୧,୪୦ Sakhigopal News,13/12/2022

ads

Blog Archive

Popular Posts