ଭଞ୍ଜନଗର ଉପଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣୀ
ଭଞ୍ଜନଗର---ଭଞ୍ଜନଗର ଉପଖଣ୍ଡସ୍ତରୀୟ ଦିବ୍ୟାଙ୍ଗ ଓ ସାଧାରଣ ଜନତାଙ୍କ ଜନ ସମାଧାନ ସୋମବାର ଅନୁଷ୍ଠିତ ହୋଇଯାଇଛି । ଭଞ୍ଜନଗର ଉପଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଭଞ୍ଜନଗର ଉପଜିଲ୍ଲାପାଳ ଜ୍ୟୋତି ଶଙ୍କର ରାୟ ଉପସ୍ଥିତ ରହି ଜନ ସାଧାରଣ ମାନଙ୍କର ଅଭିଯୋଗ ଗୁଡିକର ଶୁଣାଣି କରିଥିଲେ । 7ଟି ଅଭିଯୋଗ ପତ୍ର ଉପଜିଲ୍ଲାପାଳ ଜ୍ୟୋତି ଶଙ୍କର ରାୟ ଗ୍ରହଣ କରିଥିଲେ । ସମୁଦାୟ 7ଟି ଯାକ ସାଧାରଣ ଅଭିଯୋଗ ମଧ୍ୟରୁ 7ଗୋଟି ଯାକ ବ୍ୟକ୍ତିଗତ ସମସ୍ୟା ଉପରେ ଆଧାରିତ।ଏହି ଅଭିଯୋଗ ଶୁଣାଣି ସମୟରେ ଭଞ୍ଜନଗର ସହାୟକ ଜିଲ୍ଲାପାଳ ଅଞ୍ଜଳୀ ମାଝୀ, ଅତିରିକ୍ତ ଯୋଗାଣ ଅଧିକାରୀ ଶ୍ରୀ ଅସିତ ମହାନ୍ତି, ଭଞ୍ଜନଗର ଉପଖଣ୍ଡ ଚିକିତ୍ସ୍ୟାଳୟର ଡାକ୍ତର ଶ୍ରୀ ଅନିଲ କୁମାର ଚୌଧୁରୀ, ଏଷ୍ଟାବ୍ଲିଶମେଣ୍ଟ ଅଧିକାରୀ ଅନିଲ କୁମାର ପଣ୍ଡା, ସାମାଜିକ ସୁରକ୍ଷା ଅଧିକାରୀ ଏସିଓ ଶବର ଓ଼ ଉପଖଣ୍ଡ ସୂଚନା ଓ଼ ଲୋକସମ୍ପର୍କ ଅଧିକାରୀ ଗୌରୀଶଙ୍କର ଶତପଥୀ ADWO ଅମୀୟ କୁମାର ମିଶ୍ର,ସ୍ୱଳ୍ପ ସଂଚୟ ଅଧିକାରୀ ସନ୍ତୋଷ କୁମାର ରଥ,ସମେତ ସମସ୍ତ ବିଭାଗର ଅଧିକାରୀଗଣ ଉପସ୍ଥିତ ଥିଲେ ।ଏହି ଅଭିଯୋଗ ଶୁଣାନି ସମୟରେ ଭଞ୍ଜନଗର ଉପଜିଲ୍ଲାପାଳ ଅଫିସର କର୍ମଚାରୀ ସୁରଭି ପ୍ରଧାନ, ବଳରାମ ଯାନୀ ପ୍ରଭୃତି ସହଯୋଗ କରିଥିଲେ ।




