ads

Breaking News

ମା' ଲକ୍ଷ୍ମୀଙ୍କ ଦ୍ୱିତୀୟ ବାର୍ଷିକ ପୂଜା ଉତ୍ସବ ପାଳିତ




ଡେଲାଙ୍ଗ----  ମୁନିନ୍ଦା ପଞ୍ଚାୟତ ଅନ୍ତର୍ଗତ ମୁନିନ୍ଦା ଗ୍ରାମର ନବକିଶୋର ଦଳାଇଙ୍କ ଗୃହ ପରିସରରେ ମା ଲକ୍ଷ୍ମୀ ଓ ଶ୍ରୀ ଗଜାନନଙ୍କ ଦ୍ଵିତୀୟ ବାର୍ଷିକ ପୂଜା ଉତ୍ସବ ପାଳିତ ହୋଇଯାଇଛି।ପ୍ରକାଶଯୋଗ୍ୟ ଦୁଇ ବର୍ଷ ପୂର୍ବେ ନବକିଶୋର ଗ୍ରାମ ନିକଟରେ ପ୍ରବାହିତ ଲୁଣା ନଦୀରେ ଗାଧୋଇବାବେଳେ ମା ଲକ୍ଷ୍ମୀଙ୍କର ଅଷ୍ଟଧାତୁ ନିର୍ମିତ ମୂର୍ତ୍ତିଟିଏ ପାଇଥିଲେ।ସେହିଦିନଠାରୁ ପ୍ରତିବର୍ଷ ମାର୍ଗଶିର ମାସ ଶୁକ୍ଳପକ୍ଷ ଚତୁର୍ଦ୍ଦଶୀ ତିଥିରେ ଗ୍ରାମବାସୀଙ୍କ ସହଯୋଗରେ ମା ଙ୍କର ଏହି ପୂଜା ଉତ୍ସବ ପାଳିତ ହୋଇଆସୁଛି ।ମଙ୍ଗଳବାର ମା ଙ୍କର ଅଙ୍କୁରାରୋପଣ, ଜଳଯାତ୍ରା, ଅଧିବାସ,ସର୍ବ ଦେବାଦେବୀ ପୂଜା ଆଦି ନୀତିକାନ୍ତି ଯଥାବିଧି ସମ୍ପନ୍ନ ହୋଇଥିଲା।ଗ୍ରାମର ୧୪ ଜଣ କଳସଧାରୀ ବ୍ରତୀ ଗ୍ରାମ ପାର୍ଶ୍ବରେ ପ୍ରବାହିତ ଲୁଣା ନଦୀରୁ କଳସ ଭର୍ତ୍ତି ଜଳ ଆଣି ଗ୍ରାମ ପରିକ୍ରମା କରିବା ପରେ ଯଥାବିଧି ପୂଜା ମଣ୍ଡପରେ କଳସ ସ୍ଥାପନ କରିଥିଲେ।ନବକିଶୋର ଦଳାଇ ଓ ତାଙ୍କ ଧର୍ମପତ୍ନୀ ମିନତୀ ଦଳାଇ ଯଥାକ୍ରମେ କର୍ତ୍ତା ଓ କର୍ତ୍ତୀ ଦାୟିତ୍ଵ ନିର୍ବାହ କରିଥିଲେ।ବୁଧବାର ଦିନ ସୂର୍ଯ୍ୟପୂଜା,ଗୋ ପୂଜା,ମଣ୍ଡଳ ପୂଜା,ସର୍ବ ଦେବାଦେବୀ ଆହୂତି କାର୍ଯ୍ୟ ସମାପନ ହୋଇଥିବାବେଳେ ଗୁରୁବାର ମା ଲକ୍ଷ୍ମୀ ଓ ଶ୍ରୀ ଗଜାନନଙ୍କୁ ଷୋଡ଼ଶ ଉପଚାରରେ ପୂଜାର୍ଚ୍ଚନା ପୂର୍ବକ ପୂର୍ଣ୍ଣାହୁତି କାର୍ଯ୍ୟ ସମ୍ପନ୍ନ ହୋଇଥିଲା। ମୁଖ୍ୟ ପୂଜକ ଅନନ୍ତ କୁମାର ଶତପଥୀ ସାଥିମାନଙ୍କ ସହ ଉପସ୍ଥିତ ରହି ଯଥାରୀତି ପୂଜାକାର୍ଯ୍ୟ ତୁଲାଇଥିଲେ।ଆଖପାଖ ଅଞ୍ଚଳର ଶ୍ରଦ୍ଧାଳୁମାନଙ୍କ ହରିବୋଲ, ହୁଳହୁଳି ଧ୍ୱନିରେ ସମଗ୍ର ଗ୍ରାମରେ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା।  ଡେଲାଙ୍ଗ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୧୧/୧୨/୨୦୨୨---୯,୩୦ Sakhigopal News,11/12/2022

ads

Blog Archive