ads

Breaking News

ଓଡିଶା ଉଚ୍ଚନ୍ୟାଳୟର ମୁଖ୍ୟ ନ୍ୟାୟାଧୀଶଙ୍କ ନୟାଗଡ ଗସ୍ତ ; ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦାନ





ନୟାଗଡ ----  ଓଡ଼ିଶା ଉଚ୍ଚ ନ୍ୟାୟାଳୟ ମୁଖ୍ୟ ବିଚାରପତି ମାନ୍ୟବର ଜଷ୍ଟିସ ଡଃ.ଏସ.ମୁରଲୀଧର, ମାନ୍ୟବର ଜଷ୍ଟିସ ଡ଼ଃ.ବି.,ଆର,ଷଡଙ୍ଗୀ,ଅଧ୍ୟକ୍ଷ ଗୃହନିର୍ମାଣ କମିଟି ଓଡ଼ିଶା ନ୍ୟାୟାଳୟ ଏବଂ ଅଧସ୍ତନ ନ୍ୟାୟାଳୟ ,ମାନ୍ୟବର ଜଷ୍ଟିସ ଭି.ନରସିଂହ,ଓଡିଶା ଉଚ୍ଚନ୍ୟାୟାଳୟ ଏବଂ ବିଚାର ବିଭାଗୀୟ ପ୍ରଶାସନିକ ନ୍ୟାୟଧିସ ନୟାଗଡ ଜିଲ୍ଲା ଗସ୍ତରେ ଆସିଥିଲେ। ପ୍ରଥମେ ଭାପୁର ବ୍ଲକ ରେ ନୂତନ କୋର୍ଟ ଗୃହ,ଅଧିକାରୀ ମାନଙ୍କ ବାସଗୃହ,ଟ୍ରାନ୍ସଜିଟ ହାଉସ ର ଶୁଭ ଉଦଘାଟନ କରିଥିଲେ। ପରେ ପରେ ଏକ ସାଧାରଣ ସଭାରେ କର୍ମଚାରୀ ,ଅଧିବକ୍ତା ଓ ଜନସାଧାରଣ କୁ ଉଦବୋଧନ ଦେଇଥିଲେ ।ଏହା ପରେ ପ୍ରଭୁ ନୀଳମାଧବ ଙ୍କୁ ଦର୍ଶନ ସାରି ଗଣିଆ ଠାରେ ନୂତନ କୋର୍ଟ ଗୃହ ପାଇଁ ଶିଳାନ୍ୟାସ କରିଥିଲେ ।ଅପରାହ୍ନ ଏକ ଘଟିକା ସମୟରେ ଦଶପଲା ରେ ପହଞ୍ଚି ସେଠାରେ ବାର ଆସୋସିଏନ ତଥା କ୍ୟାଁଟିଂ ଗୃହ ଏବଂ ଟ୍ରାନଜିଟ ଗୃହ ର ଶିଳାନ୍ୟାସ କରିବା ସହ ଏକ ସାଧାରଣ ସଭାରେ ଉଦବୋଧନ ପ୍ରଦାନ କରିଥିଲେ। ଅପରାହ୍ନ ୩ଘଟିକା ସମୟରେ ନୟାଗଡ଼ ପହଞ୍ଚି ବିଚାର ବିଭାଗୀୟ କର୍ମଚାରୀ ମାନଙ୍କ ନିମନ୍ତେ ନିର୍ମିତ ନୂତନ ବାସଗୃହର ଶୁଭ ଉଦ୍ଘାଟନ କରିଥିଲେ। ଏହା ପରେ ଜିଲ୍ଲା ଜଜ କୋର୍ଟ ପରିସର ରେ ବାର ଆସୋସିଏସନ ତଥା ଅମେନୀଟି କେନ୍ଦ୍ର ,ଟ୍ରାନଜିଟ ଗୃହ ଏବଂ ରେକର୍ଡ ରୁମ ତଥା ମାଲଖାନା ଗୃହ ର ଶିଳାନ୍ୟାସ ପରେ ଏକ ସାଧାରଣ ସଭାରେ ମାନ୍ୟବର ବିଚାରପତ୍ତିମାନେ ବକ୍ତବ୍ୟ ପ୍ରଦାନ କରିଥିଲେ।ପ୍ରତ୍ୟେକ ସାଧାରଣ ସଭାରେ ସ୍ଥାନୀୟ ବାର ଆସୋସିଏସନ ର ସଭାପତିମାନେ ସଭାପତିତ୍ୱ କରିଥିଲେ।
ନୟାଗଡରୁ ନିରଞ୍ଜନ ଦାସଙ୍କ ରିପୋର୍ଟ,୧୨/୧୨/୨୦୨୨-----୧୧,୧୦ Sakhigopal News,12/12/2022

ads

Blog Archive

Popular Posts