ads

Breaking News

ସରପଞ୍ଚଙ୍କୁ ଆକ୍ରମଣ; ଥାନାରେ ମାମଲା , ଅଭିଯୁକ୍ତକୁ ଗିରଫ ଦାବୀରେ ରାସ୍ତାରୋକ



ଡେଲାଙ୍ଗ-ଡେଲାଙ୍ଗ ଥାନା ଅର୍ନ୍ତଗତ କଲ୍ୟାଣପୁର ପଞ୍ଚାୟତର ସରପଞ୍ଚ ଗୋବର୍ଦ୍ଧନ ସେଠୀଙ୍କୁ ଆକ୍ରମଣ କରାଯାଇଛି।  ତାଙ୍କଠାରୁ ସୁନାଚେନ ଓ ପିନ୍ଧିଥିବା ସୁନା ମୁଦିକୁ ଛଡାଇ ନେବା ଘଟଣାରେ ଅଭିଯୁକ୍ତକୁ ପୁଲିସ ଗିରଫ ଦାବୀକରି ରବିବାର ସଂଧ୍ୟାରେ କଲ୍ୟାଣପୁର ବଜାର ନିକଟରେ ସରପଞ୍ଚଙ୍କ ସମର୍ଥକମାନେ ଟାୟାର ଜାଳି ରାସ୍ତାରୋକ କରିଛନ୍ତି । ଖବର ପାଇ ଡେଲାଙ୍ଗ ଥାନାର ସଦଳବଳ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଆନ୍ଦୋଳନକାରୀଙ୍କ ସହିତ ଆଲୋଚନା କରିବା ପରେ ରାସ୍ତାରୋକ ହଟିଥିବା ଜଣାପଡିଛି । ସୁଚନା ଥାଉକି କଲ୍ୟାଣପୁର ପଂଚାୟତର ସରପଞ୍ଚ ଗୋବର୍ଦ୍ଧନ ସେଠୀ  ଘର ପାଇଁ ପରିବା  କିଣି ଘରକୁ ଫେରୁଥିବା ସମୟରେ କଲ୍ୟାଣପୁର ଗ୍ରାମର ଯୁବକ ସୁବ୍ରତ କୁମାର ଭଟ୍ଟ(ଲିଟୁ)ପ୍ରଚୁର ମଦ୍ୟପାନ କରି ଅସଭ୍ୟ ଭାଷାରେ ଗାଳିଗୁଲଜ କରିବା ସରପଞ୍ଚ ଙ୍କ ଠାରୁ ପିନ୍ଧିଥିବା ସୁନା ଚେନ ଓ ମୁଦିକୁ ଛଡାଇ ନେଇଯାଇଥିବା ଡେଲାଙ୍ଗ ଥାନାରେ ଅଭିଯୋଗ ହୋଇଛି । ତାସହିତ ଜାତିଆଣ ଆକ୍ଷେପ କରି ଯୁବକ ଜଣକ ଧମକ ଦେବା ସହିତ ଘର ସମ୍ମୁଖରେ ପହଞ୍ଚି ସରପଞ୍ଚ ସହିତ ତାଙ୍କ ସ୍ତ୍ରୀକୁ ଅଶିଳ ଭାଷାରେ ଗାଳି ଗୁଲଜ କରିଥିବା ସହ ତାଙ୍କ ଡ୍ରେସ ଚିରି ଦେଇଥିବା ନେଇ ସରପଞ୍ଚ ଗୋବର୍ଦ୍ଧନ ଡେଲାଙ୍ଗ ଥାନାରେ ଶନିବାର ଏକ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗକୁ ଭିତିକରି ଏସଂକ୍ରାନ୍ତରେ ଡେଲାଙ୍ଗ ଥାନାରେ ୩୬୪/୨୨ରେ  ଏକ ମାମଲା ରୁଜୁ କରାଯାଇଛି । ତେବେ ଅଭିଯୁକ୍ତ ନାମରେ ଥାନାରେ କେସ ହୋଇଥିବା ଜାଣିପାରି ରବିବାର ସଂଦ୍ଧ୍ୟା ସମୟରେ କଲ୍ୟାଣପୁର ବଜାର ଉପରେ ଯୁବକ ଜଣକ ପୁର୍ନବାର ଗାଳି ଗୁଲଜ କରିବାରୁ ସରପଞ୍ଚ ଙ୍କ ସମର୍ଥକ ମାନେ ଅଭିଯୁକ୍ତକୁ ଗିରଫ କରିବା ଦାବୀ କରି କଲ୍ୟାଣପୁର ବଜାର ଠାରେ ଡେଲାଙ୍ଗ-କଣାସ ପୁର୍ତବିଭାଗ ରାସ୍ତାରେ ଟାୟାର ଜାଳି ରାସ୍ତାରୋକ କରିଥିଲେ । ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଂଚି ଆନ୍ଦୋଳନକାରୀଙ୍କ ସହିତ ଆଲୋଚନା କରିବା ପରେ ଅଭିଯୁକ୍ତକୁ ଗିରଫ କରିବା ପାଇଁ ପ୍ରତିଶୃତୀ ଦେବାରୁ ରାସ୍ତାରୋକ ହଟିଥିଲା । ଡେଲାଙ୍ଗ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୧୧/୧୨/୨୦୨୨---୯,୧୦ Sakhigopal News,11/12/2022

ads

Blog Archive