୮୦ଗ୍ରାମ ବ୍ରାଉନ ସୁଗାର ଜବତ ; ଜଣେ ଗିରଫ
ପୁରୀ--- ପୁରୀ ଜିଲ୍ଲା ଅବକାରୀ ଅଧିକ୍ଷକ ଶ୍ରୀ ଜଗଦୀଶ ଚନ୍ଦ୍ର ସାମଲଙ୍କ ନିର୍ଦେଶ କ୍ରମେ ପୁରୀ ଜିଲ୍ଲା ସଦର ରେଞ୍ଜ ନିରୀକ୍ଷକା ମାନସୀ ସାହୁଙ୍କ ନେତୃତ୍ୱରେ ଏକ ଟିମ ସମୁଦ୍ରକୂଳ ଥାନା ଅଧୀନ ୟୁଥ୍ ହଷ୍ଟେଲ ଛକ ନିକଟରେ ଥିବା ଫୁଡ୍ କୋର୍ଟ ସମ୍ମୁଖ ରାସ୍ତାରେ ଚଢ଼ାଉକରିଥିଲା । ହରି ଚନ୍ଦନ ଦାସ ,ବୟସ -୧୯ବର୍ଷଙ୍କୁ ଗିରଫ କରି ତାଙ୍କ ଠାରୁ ୮୦ଗ୍ରାମ ବ୍ରାଉନ ସୁଗାର (ହେରୋଇନ ) ଜବତ କରିଛନ୍ତି । ପୁରୀ ଜିଲ୍ଲା ସଦର ରେଞ୍ଜର କେସ ନଂ -୭୫/22-23 ରୁଜୁ କରି କୋର୍ଟ ଚାଲାଣ କରି ଜାମିନ ନାମଞ୍ଜୁର ହେବାରୁ ପୁରୀ କାରଗାରକୁ ପଠାଯାଇଛି। ଜବତ ବ୍ରାଉନ ସୁଗାରର ମୂଲ୍ୟ ପ୍ରାୟ ୮,୦୦,୦୦୦/-ଟଙ୍କାରୁ ଉର୍ଦ୍ଧ ହେବ ।ଏହି ଚଢ଼ାଉରେ ଅବକାରୀ ଉପନିରିକ୍ଷକ ଶ୍ରୀ ରଙ୍କନିଧି ମଲ୍ଲିକ,ନାରାୟଣବେହେରା ,ASI ସନ୍ତୋଷ କୁମାର ନାୟକ,ମାନସ ମିଶ୍ର ,ପୂର୍ଣ୍ଣଚନ୍ଦ୍ର ନାୟକ,ଏବଂ କର୍ମଚାରୀ ସଞ୍ଜୀବ ହସ୍ତୀ,ଅଭିଜିତ ପ୍ରଧାନ, ରୀତାରାଣୀ ସେଠୀ,ଦିପ୍ତିରଞ୍ଜନ ଦାସ ପ୍ରଧାନ ପ୍ରମୁଖ ସାମିଲ ଥିଲେ
। ଧୀରେନ୍ଦ୍ର ସେନାପତି,୮/୧୨/୨୦୨୨---୯,୧୦ Sakhigopal News,8/12/2022



