ads

Breaking News

୧୨ ଲିଟର ବେଆଇନ୍ ବିଦେଶୀ ମଦ ଜବତ , ଜଣେ ଗିରଫ


ଭଞ୍ଜନଗର - ତାରସିଂ ଥାନା ଅନ୍ତର୍ଗତ ବାରଦଣ୍ଡା ଗାଁ ନିକଟରେ ପୋଲିସ ଚଢ଼ାଉ କରି  ଲୁନା ରେ ବିଦେଶୀ ମଦ ନେଇ ଯାଉଥିବା ଜଣେ ବ୍ୟବସାୟୀ କୁ ଗିରଫ କରିଛି । ଘଟଣା ସ୍ଥଳରୁ  ୧୨ଲିଟର  ବିଦେଶୀ ମଦ ଜବତ ହୋଇଛି । ସଂପୃକ୍ତ ବ୍ୟକ୍ତିଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ତାରସିଂ ଥାନା ଅଧିକାରୀ ପ୍ରଦିପ୍ତ କୁମାର ଦାଶ କହିଛନ୍ତି । ଗିରଫ ବ୍ୟବସାୟୀ ହେଲେ ଶିବାଜୀ ସାହୁ । ଘର ଗାୟାଗଣ୍ଡା ଗ୍ରାମର । ଖବର ନେବାରେ ଶିବାଜୀ ଗାୟାଗଣ୍ଡା ଗ୍ରାମରେ ବେଆଇନ ଭାବେ ମଦ ବ୍ୟବସାୟୀ କରିଆସୁଥିବା ବେଳେ ବୁଧବାର ରାତ୍ରରେ କୁଲାଡରୁ ନିଜ ଗ୍ରାମ ଗାୟାଗଣ୍ଡା କୁ ବିଭିନ୍ନ ରକମର ୧୨ ଲିଟର ବିଦେଶୀ ମଦ ଧରି ଯାଉଥିଲେ ।  ତାରାସିଂ ପୋଲିସ କୌଣସି ସୁତ୍ରରୁ ଖବର ପାଇ ବାରଦଣ୍ଡା ଗ୍ରାମ ଛକ ନିକଟରେ ଯାଞ୍ଚ ବେଳେ ବେଆଇନ ବିଦେଶୀ ମଦ ଧରିଥିବାର ଦେଖିବାକୁ ମିଳିଥିଲା । ଧରିଥିବା ବିଦେଶୀ ମଦ ସହ ଲୁନାକୁ ଜବତ କରି ଥାନା କେସନଂ ୪୦୧/୨୨ରେ ମାମଲା ରୁଜୁ କରି କୋର୍ଟ ଚାଲାଣ କରାଯାଇଥିବା ଥାନା ଅଧିକାରୀ ଶ୍ରୀ ଦାଶ ସୂଚନା ଦେଇଛନ୍ତି । ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ ,୮/୧୨/୨୦୨୨---୯,୧୦ Sakhigopal News,8/12/2022

ads

Blog Archive