ଖଣ୍ଡପଡ଼ା ବ୍ଲକ ଅଞ୍ଚଳରେ ସୋପ୍ପ ଫିଟ ଓ ଡ଼ଷ୍ଟବିନ କାର୍ଯ୍ୟରେ ମହାଦୁନୀତି; ଭାରତୀୟ ବିକାଶ ପରିଷଦ ପକ୍ଷରୁ ଦାବି
ନୟାଗଡ଼-- ନୟାଗଡ଼ ଜିଲ୍ଲା ଖଣ୍ଡପଡ଼ା ବ୍ଲକ ଅଞ୍ଚଳରେ 22ଟି ପଞ୍ଚାୟତ ରେ ସରକାର ଙ୍କ ପକ୍ଷରୁ ସ୍ଵଚ୍ଛ ଭାରତ ଯୋଜନାରେ ମନରେଗାର ଜବ କାର୍ଡଧାରୀ ପରିବାରଙ୍କ ସୁବିଧା ପାଇଁ ଯୋଗାଇ ଦେଇଛନ୍ତି ସୋପ୍ପଫିଟ ଓ ଡ଼ଷ୍ଟବିନ ।ଏହା ନିର୍ମାଣ କରିବା ପାଇଁ ହିତାଧିକାରୀଙ୍କ ପିଛା ପାଞ୍ଚ ହଜାର ଚାରିସହ ଟଙ୍କା ଯୋଗାଇ ଦିଆଯାଉଛି। କିନ୍ତୁ ଏହି ପାଞ୍ଚ ହଜାର ଚାରି ଶହ ଟଙ୍କା ରେ ଜବ କାର୍ଡ ଧାରୀ ନିଜେ ନିର୍ମାଣ କାର୍ଯ୍ୟ କରିବା କଥା । ନିର୍ମାଣ କାର୍ଯ୍ୟ ସରିବା ପରେ ବ୍ଲକ ଜେଇ ହିତାଧିକାରୀଙ୍କ କାର୍ଯ୍ୟକୁ ଦେଖି ବିଲ କରି ଆକାଉଣ୍ଟ ଙ୍କୁ ଟଙ୍କା ବ୍ଲକପକ୍ଷରୁ ଯୋଗାଇ ଦିଆଯିବା ର ନିୟମ ରହିଛି । ମାତ୍ର ଖଣ୍ଡପଡ଼ା ବ୍ଲକ ରେ ଏହା କିନ୍ତୁ ସମ୍ପୂର୍ଣ୍ଣ ଭାବେ ଓଲଟା ନିୟମ ରହିଛି। ନିଜେ କୌଣସି ଜବ କାର୍ଡ ଧାରୀଙ୍କୁ ଏହି ନିର୍ମାଣ କାର୍ଯ୍ୟ ଦାୟିତ୍ୱ ଦିଆଯାଇ ନଥିବା ବେଳେ ପଞ୍ଚାୟତରେ ଥିବା କିଛି ଠିକା ଦାରଙ୍କୁ ଏହି କାର୍ଯ୍ୟ ଦିଆଯାଇଛି। ଠିକାଦାର ମାନେ ଜବକାର୍ଡ ଧାରୀଙ୍କ ଜବ କାର୍ଡ ଓ ଆକାଉଣ୍ଟ ଜେରସ୍କ, ଆଧାର କାର୍ଡ ପ୍ରଭୁତି ସଂଗ୍ରହ କରି ସେହି ଜବ କାର୍ଡ ଧାରୀଙ୍କୁ ମାତ୍ର ତିନି ଫୁଟିଆ ନିମ୍ନ ମାନର ନନ୍ଦ ପାଞ୍ଚଟି ଏକ ଘୋଡଣି ଦେଇ କାର୍ଯ୍ୟ ସମ୍ପାଦନ କରି ସାରି ଦିଆଯାଇଛି। ଯାହାକି ଯେଉଁ ନନ୍ଦ ତିନି ଫୁଟିଆ ଦିଆଯାଇଛି ଏହା ନିମ୍ନ ମାନର ହୋଇ ଥିବା ବେଳେ ଏଥିରେ ମାତ୍ର ଅତି ବେଶୀରେ ଦୁଇ ହଜାର ଟଙ୍କା ଖର୍ଚ୍ଚ ହେଉ ଥିବା ଜଣାପଡିଛି।ଏଠି ପ୍ରଶ୍ନ ହେଉଛି ଯେ ହିତାଧିକାରୀଙ୍କ ପିଛା ପାଞ୍ଚହଜାର ଚାରିସହ ଟଙ୍କା ଆସୁ ଥିବା ବେଳେ ଦୁଇ ହଜାର ଟଙ୍କା ଖର୍ଚ୍ଚ ହେଲେ ଆଉ ଅବଶିଷ୍ଟ ଟଙ୍କା ତିନି ହଜାର ଚାରିସହ ଟଙ୍କା କୁଆଡେ ଗଲା। ଆଶ୍ଚର୍ଯ୍ୟ ଲାଗୁଛି ଯେ କଣ ତିନି ଫୁଟିଆ ନନ୍ଦ ପାଞ୍ଚଟି ରେ କଣ ପାଞ୍ଚ ହଜାର ଚାରିସହ ଖର୍ଚ୍ଚ ହେଉଛି କି। ,ଯଦି ଏହି ସୁବିଧା ଜବ କାର୍ଡ ଧାରୀଙ୍କ ପାଇଁ ଆସିଛି ତାହେଲେ ଜବ କାର୍ଡ ଧାରୀ ଙ୍କୁ ବ୍ଲକ କୁ ଡକା ଯାଇ କିମ୍ବା ପଞ୍ଚାୟତ କୁ ଡକାଇ ୱର୍କ ଅର୍ଡର ଦିଆ ନ ଯାଇ ଠିକାଦାର ମାନେ ଏହି କାର୍ଯ୍ୟ କରୁଥିବା ଜଣା ପଡ଼ିଛି। ଏହି ସ୍ପୋପ ଫିଟ ଓ ଡ଼ଷ୍ଟବିନ ସମ୍ପର୍କରେ ଜବ କାର୍ଡଧାରୀଙ୍କୁ ପୂର୍ବରୁ ଖଣ୍ଡପଡ଼ା ବ୍ଲକ ପକ୍ଷରୁ କୌଣସି ପ୍ରକାର ସୂଚନା ଦିଆ ନ ଯାଇ ତରବରିଆ ଭାବେ କାର୍ଯ୍ୟ କରାଯିବା ନିୟମ ଅଛିକି। ସୂଚନାଯୋଗ୍ୟ ଯେ ପୂର୍ବରୁ ଏହିପରି ଭାବରେ ସ୍ୱଚ୍ଛ ଭାରତ ମିଶନରେ ପ୍ରତି ହିତାଧିକାରୀଙ୍କ ପିଛା ଶୌଚାଳୟ ନିର୍ମାଣ ରେ ମଧ୍ୟ କୋଟି କୋଟି ଟଙ୍କାର ଦୃନୀତି ହୋଇ ଥିବାର ନଜର ରହିଛି। ଏହି ଶୌଚାଳୟ ଏବେ ଭଗ୍ନ ଅବସ୍ଥାରେ ପଡି ରହିଛି।ଏହି ଶୌଚାଳୟ ନିର୍ମାଣ ପାଇଁ ପ୍ରତ୍ୟେକ ହିତାଧିକାରୀଙ୍କ ପିଛା 12 ହଜାର ଟଙ୍କା ଆସି ଥିବା ବେଳେ ଏହି ଶୌଚାଳୟ ନିର୍ମାଣ କାର୍ଯ୍ୟ ନିଜେ ହିତାଧିକାରୀ ନିର୍ମାଣ କରି ନ ଥିବା ବେଳେ ଏହାକୁ ମଧ୍ୟ ଗାଁ ଗାଁ ରେ ଥିବା ବା ପଂଚାୟତ ରେ ଥିବା ଠିକାଦାର ମାନେ ନିମ୍ନ ମାନର କାମ କରି12 ହଜାର ଟଙ୍କାକୁ ତୋଷର ପାତ କରି ଛନ୍ତି।ଏଥିରେ ଜେଇ, ପୂର୍ବତନ ବିଡ଼ିଓ ସମ୍ପୁକ୍ତ ଥାଇ ଏଭଳି ମହା ଦୃନୀତି ହୋଇଥିବାର ପ୍ରମାଣ ପାଇ ଭାରତୀୟ ବିକାଶ ପରିଷଦର ରାଜ୍ୟ ସଭାପତି ସୁରେନ୍ଦ୍ର କୁମାର ପାଣିଗ୍ରାହୀ, ଲୋକାୟୁକ୍ତରେ ମାମଲା ରୁଜୁ କରିଛନ୍ତି। ଏହି ମାମଲା ଏବେ ତଦନ୍ତ ସରିବାକୁ ଅପେକ୍ଷା ରେ ଥିବାବେଳେ ,ଏବେ ସୋପ୍ପଫିଟ ଡ଼ଷ୍ଟବିନ କାମ ଯେ ଶୌଚାଳୟ ଦୃନୀତି ଭଳି ନ ହେବ ତାହା ସମୟ ହିଁ କହିବ।ଏଣୁ ଏ ଦିଗରେ ପଞ୍ଚାୟତ ରାଜ ବିଭାଗ ସଚିବ ଏବଂ ନୟାଗଡ଼ ଜିଲ୍ଲାପାଳ ଦୃଷ୍ଟି ଦେବାକୁ ଭାରତୀୟ ବିକାଶ ପରିଷଦର ରାଜ୍ୟ ସଭାପତି ସୁରେନ୍ଦ୍ର କୁମାର ପାଣିଗ୍ରାହୀ ଏବଂ ନୟାଗଡ ଜିଲ୍ଲା ସଭାପତି ତ୍ରିନାଥ ନାୟକ ଦାବି କରିଛନ୍ତି। ନୟାଗଡ଼ ରୁ ନିରଞ୍ଜନ ଦାସଙ୍କ ରିପୋର୍ଟ,୭/୧୨/୨୦୨୨---୮,୪୦ Sakhigopal News,7/12/2022


