ପୁରୀ ରୁ ୯୪ଗ୍ରାମ ଧଳାଜହର ଜବତ ଜଣେ ଯୁବକ ଗିରଫ
ପୁରୀ---- ପୁରୀ ଜିଲ୍ଲା ଅବକାରୀ ଅଧିକ୍ଷକ ଶ୍ରୀ ଜଗଦୀଶ ଚନ୍ଦ୍ର ସାମଲଙ୍କ ନିର୍ଦ୍ଦେଶ କ୍ରମେ ପୁରୀ ଜିଲ୍ଲା ମୋବାଇଲ ସ୍କ୍ୱାଡ଼ର ନିରୀକ୍ଷକ ଶ୍ରୀ ସଞ୍ଜୟ କୁମାର ପଣ୍ଡାଙ୍କ ନେତୃତ୍ୱରେ ଏକ ଟିମ କୁମ୍ଭାରପଡ଼ା ଥାନା ଅଧୀନ ଏସ ସି ଏସ କଲେଜ ହଷ୍ଟେଲ ଛକଠାରେ ଚଢ଼ାଉ କରିଥିଲେ। ଜଗନ୍ନାଥ ଦାସ ,ବୟସ - 20 ବର୍ଷ ଗ୍ରାମ- ଗଙ୍ଗାରାମ ନୂଆ ସାହି ଙ୍କୁ ଗିରଫ କରି ତାଙ୍କ ଠାରୁ 94 ଗ୍ରାମ ବ୍ରାଉନ ସୁଗାର (ହେରୋଇନ ) ଜବତ କରିବାରେ ସଫଳ ହୋଇଛନ୍ତି। ଜିଲ୍ଲା ମୋବାଇଲ ସ୍କ୍ୱାଡ଼ କେସ ନଂ -76/22-23 ରୁଜୁ କରି କୋର୍ଟ ଚାଲାଣ କରାଯାଇଥିଲା। ଜାମିନ ନାମଞ୍ଜୁର ହେବାରୁ ପୁରୀ କାରଗାରକୁ ପଠାଯାଇଛି। ଜବତ ବ୍ରାଉନ ସୁଗାରର ମୂଲ୍ୟ ପ୍ରାୟ 9,40,000/-ଟଙ୍କାରୁ ଉର୍ଦ୍ଧ ହେବ ।ଏହି ଚଢ଼ାଉରେ ଅବକାରୀ ଉପନିରିକ୍ଷକ ଶ୍ରୀ ସିଦ୍ଧେଶ୍ୱର ମଲ୍ଲିକ, ନାରାୟଣ ବେହେରା, ASI ଶ୍ରୀ ସୁବାଷ ଚନ୍ଦ୍ର ମହାପାତ୍ର, ଗୀତାଞ୍ଜଳି ବେହେରା, ଏବଂ କର୍ମଚାରୀ ଶ୍ରୀ ପ୍ରଦୀପ୍ତ ପଣ୍ଡା,ଦୀପ୍ତି ରଞ୍ଜନ ଦାସ ପ୍ରମୁଖ ସାମିଲ ଥିଲେ । ଧୀରେନ୍ଦ୍ର ସେନାପତି,୧୧/୧୨/୨୦୨୨---୮,୨୦ Sakhigopal News,11/12/2022



