ସ୍ଵର୍ଗଦ୍ଵାର ସେବକଙ୍କ ମହାନୀୟତା;ପର୍ଯ୍ୟଟକଙ୍କୁ ଫେରାଇଲେ ହଜିଯାଇଥିବା ଟଙ୍କା ଭର୍ତ୍ତି ମନିପଶ
ପୁରୀ---- ଆଜି ସକାଳ ସମୟରେ ପଶ୍ଚିମବଙ୍ଗ ମେଦିନୀପୁର ଅଞ୍ଚଳରୁ ଆସିଥିବା ତାପଶି ମିଶ୍ରା ତାଙ୍କ ପରିଜନଙ୍କ ସ୍ଵର୍ଗଦ୍ଵାର ସମ୍ମୁଖସ୍ଥ ରାସ୍ତାରେ ଯିବା ସମୟରେ ତାଙ୍କ ଟଙ୍କା ଭର୍ତ୍ତି ମନିପଶ ସ୍ଵର୍ଗଦ୍ଵାର ମୁଖ୍ୟ ଫାଟକ ସମ୍ମୁଖରେ ପଡିଯାଇଥିଲା। ଏହାକୁ ସ୍ଵଗଦ୍ୱାର ସେବା କେନ୍ଦ୍ର ଅଧିନରେ କାର୍ଯ୍ୟରତ ସୁରକ୍ଷା ସେବକ କିରଣ ନାୟକ ପାଇଥିଲେ । ଏ ସମ୍ପର୍କରେ ସ୍ଵର୍ଗଦ୍ଵାର କାର୍ଯ୍ୟାଳୟରେ ଜଣାଇଥିଲେ। କିଛି ସମୟ ପରେ ନିଜର ପଶ ହଜାଇଥିବା ବଙ୍ଗୀୟ ପର୍ଯ୍ୟଟକ ମନ ଦୁଃଖରେ ରାସ୍ତାଘାଟ ବୁଲି ନିଜ ପର୍ଶ ଖୋଜୁଥିଲେ। ଏହି ଦେଖି ସୁରକ୍ଷା ସେବକ କିରଣ ତାଙ୍କ ଉଚିତ୍ ପରିଚୟ ଓ ପ୍ରମାଣ ପାଇବା ପରେ ଟଙ୍କା ଭର୍ତି ପର୍ଶ ଫେରାଇଥିଲେ। ହଜିଥିବା ପର୍ଶ ଫେରିପାଇ ପର୍ଯ୍ୟଟକ ମାନେ ବହୁତ୍ ଖୁସି ହେବା ସହ ସ୍ଵର୍ଗଦ୍ଵାର ସେବା କେନ୍ଦ୍ର କର୍ମଚାରୀଙ୍କ ଏପରି ସଚ୍ଚୋଟ ମନୋଭାବ ପାଇଁ ଖୁବ୍ ପ୍ରଶଂସା କରିଥିଲେ। ଏପରିକି ସେ ଟଙ୍କା ଫେରି ପାଇବେ ବୋଲି କଦାପି ବିଶ୍ବାସ କରିନଥିଲେ। ସବୁ ସେହି କଳା ଠାକୁର ଙ୍କ ଇଛା ବୋଲି କହିଥିଲେ। ପୁରୀ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୧୩/୧୨/୨୦୨୨---୧୨,୪୦ Sakhigopal News,13/12/2022



