ads

Breaking News

ଭେଡେନ ବ୍ଲକ ସ୍ଥରୀୟ ଖେଳାଳି ଚୟନ ଶିବିର



 ବରଗଡ଼---  ବରଗଡ ଜିଲ୍ଲା ଭେଡେନ ବରପଦର ଅଛାଣ୍ଡପାଲି ଆଞ୍ଚଳିକ ନୋଡାଲ ହାଇସ୍କୁଲ, ବରପଦର ଠାରେ ବିଇଓ  ମଛିନ୍ଦ୍ର ମଲ୍ଲିକଙ୍କ ପ୍ରତ୍ୟକ୍ଷ ତତ୍ତ୍ବବଧାନରେ ହକି ୱାର୍ଲଡ କପକୁ ଆଖି ଆଗରେ ରଖି ବ୍ଲକ ସ୍ତରରେ ଖେଳାଳି ଚୟନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବରେ ଲୁହାଖଣ୍ଡି ପଞ୍ଚାୟତ  ଶ୍ରୀମତୀ ମୀରା ମହାକୁର ଯୋଗ ଦେଇ ଭାରତ ମାତା, ସରସ୍ଵତୀ ଓ ଗଣେଶଙ୍କ ଫୋଟୋ ଚିତ୍ରରେ ମାଲ୍ୟାର୍ପଣ କରିବା ସହିତ ପୂଜାଅର୍ଚ୍ଚନା ପରେ  ପତାକା ଉତ୍ତୋଳନ କରି କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ । 
ଆସନ୍ତା ତା.23/12/22 ଦିନ ଉଦଯାପନୀ ଉତ୍ସବ ପାଳନ କରାଯିବ। ଭେଡେନ ବ୍ଲକ କ୍ରୀଡା ସମ୍ପାଦକ ରାଜେନ୍ଦ୍ର ସାହୁ, ବାର୍ଷିକ ବିବରଣୀ ପାଠ କରିଥିଲେ । ଏହି ଶିବିରରେ  ବ୍ୟାଡମିଣ୍ଟନ, ଭଲିବଲ, କ୍ରିକେଟ, ଫୁଟବଲ, ଖୋକୋ, କବାଡି ଓ ଦୌଡ଼ ପ୍ରତିଯୋଗିତା ଅନୁଷ୍ଠିତ ହୋଇ ଚୟନ ହୋଇଥିବା ଖେଳାଳି ମାନେ ପରବର୍ତ୍ତୀ ସମୟରେ ବ୍ଲକ ସ୍ତରରୁ ଜିଲ୍ଲା ସ୍ତରୀୟ  ପ୍ରତିଯୋଗିତାରେ ଅଂଶଗ୍ରହଣ କରିବେ । ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ଭାର ପ୍ରାପ୍ତ ପ୍ରଧାନ ଶିକ୍ଷକ ତାପସ କୁମାର କର୍ମୀ ସମେତ ଭେଡେନ ବ୍ଲକ ର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ,  ପିଇଟି, ସି ଆର ସି ସି  କ୍ଷିତେସ୍ପର ବେହେରା ଓ ପୂର୍ବତନ ସି ଆର ସି ସି ସୁଦାମ ଚରଣ ଦାସ ଉପସ୍ଥିତ ଥିଲେ । ପରିଶେଷରେ ଜାମଡୋଲ ଉଚ୍ଚ ବିଦ୍ୟାଳୟ ଖେଳଶିକ୍ଷକ ଧନ୍ୟବାଦ ଅର୍ପଣ କରିଥିଲେ। ବରଗଡ଼ ରୁ ଭବାନୀ ଶଙ୍କର ପାଢୀ ଙ୍କ ରିପୋର୍ଟ,୧୨/୧୨/୨୦୨୨---୯,୧୫ Sakhigopal News,12/12/2022

ads

Blog Archive

Popular Posts