ସତ୍ଯବାଦୀ ଗୁରୁକୂଳ ସ୍କଲାର ବାର୍ଷିକ ଉତ୍ସବ ପାଳିତ
ସାକ୍ଷୀଗୋପାଳ ---- ସାକ୍ଷୀଗୋପାଳ ମନ୍ଦିର ପଛପଟ ସେବକ ସାହି ରାସ୍ତାରେ ଥିବା ସତ୍ଯବାଦୀ ଗୁରୁକୂଳ ସ୍କଲାର ର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ବିଳମ୍ବିତ ରାତି ପର୍ଯ୍ୟନ୍ତ ଛାତ୍ରଛାତ୍ରୀ ମାନଙ୍କ ନ୍ରୁତ୍ଯ ଗୀତକୁ ଦର୍ଶକମାନେ ମନଭରି ଉପଭୋଗ କରିଥିଲେ । ଏହି ଅବସରରେ ଆୟୋଜିତ ସଭାରେ ସତ୍ଯବାଦୀ ବିଧାୟକ ଉମାକାନ୍ତ ସାମନ୍ତରାୟ ମୁଖ୍ଯ ଅତିଥି ଭାବେ ଯୋଗଦେଇ କହିଥିଲେ ଏମାଟି ଏକ ପୁଣ୍ୟ ମାଟି । ଯେଉଁଠି ପଞ୍ଚସଖା ରହି ଓଡ଼ିଆ ଭାଷା ଓ ଦେଶ ସ୍ଵାଧୀନତାର ପିଣ୍ଡଥିଲା। ସେତିକି ନୁହେଁ ସମାଜସେବା କାର୍ଯ୍ୟ ପାଇଁ ଅତୁଳନୀୟ ଦାନ କରିଥିଲେ । ସେହିମାନଙ୍କ କଥା ଓ ତାଙ୍କ ଆଦର୍ଶ ଓ ନୀତି କୁ ଆପଣେଇ ପାରିଲେ ତମେ ମାନେ ନିଶ୍ଚିତ ଦିନେ ନା ଦିନେ ପଞ୍ଚସଖାଙ୍କ ପରି ହୋଇପାରିବ ବୋଲି ବିଧାୟକ ଶ୍ରୀ ସାମନ୍ତରାୟ ଉପସ୍ଥିତ ଥିବା ଛାତ୍ର ଛାତ୍ରୀ ଓ ସେମାନଙ୍କ ଅଭିଭାବକ ମାନଙ୍କୁ କହିଥିଲେ । ଉତ୍କର୍ଷ କଳାର ରାଜ୍ଯ ଉତ୍କଳ । ଶ୍ରୀ ଜଗନ୍ନାଥଙ୍କ ଫଟୋଚିତ୍ର ରେ ଅତିଥି ମାନେ ଧୂପ ଦୀପ ପ୍ରଜ୍ବଳନ କରାଯାଇ ଆନୁଷ୍ଠାନିକ ଭାବେ ସଭାକାର୍ଯ୍ୟ ଆରମ୍ଭ କରାଯାଇ ଥିଲା । ଅଧ୍ଯାପିକା ପ୍ରତିଭା ମହାରଥୀ ସଭାରେ ମୁଖ୍ଯବକ୍ତା ଭାବେ ଯୋଗଦେଇ ନ୍ରୁତ୍ଯ ଗୀତ ସଙ୍ଗୀତ ଏକାଗ୍ରତା ବଢେଇ ଥାଏ । ଗୁରୁକୂଳ ର ଛାତ୍ରଛାତ୍ରୀ ମାନେ ନିଷ୍ଠାର ସହିତ ସାଧନା ଜାରି ରଖିବା ବୋଲି ଆଲୋକପାତ କରିଥିଲେ । ସତ୍ଯବାଦୀ ପଞ୍ଚାୟତ ସମିତି ଅଧ୍ଯକ୍ଷ ସୁନିଲ କୁମାର ପଣ୍ଡା କହିଥିଲେ ଆଜିର ଦିନରେ ପ୍ରତିଯୋଗିତା ଶିକ୍ଷା ଆସିଯାଇଛି। ସମସ୍ତ ଅଭିଭାବକ ମାନେ ଏହି ପ୍ରତିଯୋଗିତାରେ ସେମାନଙ୍କ ପିଲାମାନଙ୍କୁ ଅଂଶଗ୍ରହଣ କରିବା ପାଇଁ ଜାରି ରଖିଛନ୍ତି । ଶିକ୍ଷାବିତ ହେମନ୍ତ କୁମାର ପଣ୍ଡା ସମ୍ମାନୀତ ଅତିଥି ଭାବେ ଯୋଗଦାନ କରିଥିଲେ । ଅନୁଷ୍ଠାନ ର ପ୍ରତିଷ୍ଠା ଲିଙ୍ଗରାଜ ପଣ୍ଡା ଅନୁଷ୍ଠିତ ସଭାରେ ସଭାପତିତ୍ୱ କରିଥିଲେ । ଆଇନଜିବୀ ଅଞ୍ଜନ କୁମାର ହୋତା କାର୍ଯ୍ୟକ୍ରମ ସଂଯୋଜନା କରିଥିବା ବେଳେ ଅଧ୍ଯକ୍ଷା ଧନ୍ଯବାଦ ଦେଇଥିଲେ ।
ସାକ୍ଷୀଗୋପାଳ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ ,୧୨/୧୨/୨୦୨୨---୮,୧୦ Sakhigopal News,12/12/2022
ସାକ୍ଷୀଗୋପାଳ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ ,୧୨/୧୨/୨୦୨୨---୮,୧୦ Sakhigopal News,12/12/2022
ସତ୍ଯବାଦୀ ଗୁରୁକୂଳ ସ୍କଲାର ବାର୍ଷିକ ଉତ୍ସବ ପାଳିତ
Reviewed by sakhigopal news
on
06:35
Rating: 5
Reviewed by sakhigopal news
on
06:35
Rating: 5




