ରେମଣ୍ଡା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଦୁଇ ଦିନିଆ କ୍ରିକେଟ ମ୍ଯାଚ ଅନୁଷ୍ଠିତ
ବରଗଡ---- ବରଗଡ଼ ଜିଲ୍ଲା ରେମଣ୍ଡା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ଦୁଇ ଦିନିଆ କ୍ରିକେଟ ମ୍ଯାଚ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ବିଦ୍ୟାଳୟ ର ଅଧ୍ୟକ୍ଷ ଝସକେତନ ପ୍ରଧାନ ଯୋଗ ଦେଇ କିକ୍ରେଟ ମ୍ୟାଚ ଉଦଘାଟନ କରିଥିଲେ। ଏହି କ୍ରିକେଟ ମ୍ଯାଚ ଫାଇନାଲ ମ୍ୟାଚରେ +୨ କଳା ଓ +୨ ବିଜ୍ଞାନ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ଏଥିରେ +୨ ବିଜ୍ଞାନ ୪ ଉଇକେଟ୍ ବିଜୟୀ ହୋଇଥିଲେ। ଏହି ମ୍ଯାଚ ପରିଚାଳନା କରିଥିଲେ ବିଦ୍ୟାଳୟର ଖେଳ ଶିକ୍ଷକ ଅର୍ଜୁନ ପ୍ରଧାନ, ଡିଇଓ ଫଣିଦ୍ର ମିରିଗ ଓ ଅଧ୍ୟାପକ ରାମଗୋପାଲ ସେଠ ପରିଚାଳନା ସହଯୋଗ କରିଥିଲେ। ବିଦ୍ୟାଳୟର ରବିନାରାୟଣ ବଘାର, ଅର୍ଜୁନ ଦୋରା, ଅନୁପ ଭୋଇ, ଗଜାନନ ପଟେଲ, ଉମେଶ ଚନ୍ଦ୍ର ରାଉତିଆ ପ୍ରମୁଖ ଉପସ୍ଥିତ ଥିଲେ। ପରିଶେଷରେ ଶିବନାରାୟଣ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।




