ଓକିଲ ଙ୍କ ବିରୁଦ୍ଧରେ ହୋଇଥିବା ନିଷ୍ପତି ପ୍ରତିବାଦ ରେ ବାଲିଗୁଡା ଓକିଲ ସଂଘ ପକ୍ଷରୁ ଦିନକିଆ ସତ୍ୟାଗ୍ରହ
କନ୍ଧମାଳ---- ଓକିଲ ଙ୍କ ବିରୁଦ୍ଧରେ ହୋଇଥିବା ନିଷ୍ପତି ପ୍ରତିବାଦ ରେ ବାଲିଗୁଡା ଓକିଲ ସଂଘ ପକ୍ଷରୁ ଦିନକିଆ ସତ୍ୟାଗ୍ରହ କରାଯାଇଛି । ଭାରତୀୟ ଆଇନଜୀବୀ ପରିଷଦ ଓ ରାଜ୍ୟ ଆଇନଜୀବୀ ପରିଷଦ ର ମନମୁଖୀ କାର୍ଯ୍ୟକଳାପ ବିରୁଦ୍ଧରେ ଏହି ସତ୍ୟାଗ୍ରହ କରାଯାଇଛି । ବାଲିଗୁଡା ବାର ଆସୋସିଏସନ ର ସମ୍ପାଦକ କ୍ଷମା ସାଗର ପ୍ରଧାନ, ସଭାପତି ଟି. ହରିଶ ଚନ୍ଦ୍ର ରାଓ,ଜ୍ୟୋତି ରଞ୍ଜନ ଦାସ, ସୁଧାଂଶୁ ମୋହନ ପତି, ଶେଖ ସାଦିକ, ଶେଖ ଆନିସ, ଚିତ୍ତ ରଞ୍ଜନ ନାୟକ, ପଦ୍ମ ଚରଣ ପଟ୍ଟନାୟକ,ଶିରୀଶ ପ୍ରଧାନ, ଜଗଦୀଶ ସାମନ୍ତରାୟ, ବିଜୟ କୁମାର ସାହୁ ଙ୍କ ସମେତ ସମସ୍ତ ଆଇନଜୀବୀ ଏହି ଦିନିକିଆ ସତ୍ୟାଗ୍ରହ ରେ ସାମିଲ ହୋଇଛନ୍ତି । ଭାରତୀୟ ଓ ରାଜ୍ୟ ଆଇନଜୀବୀ ପରିଷଦ ରାଜ୍ୟ ର ସମସ୍ତ ଓକିଲ ଙ୍କ ବିରୁଦ୍ଧରେ ନିଷ୍ପତି ନେଉଥିବାରୁ ବାଲିଗୁଡା କୋର୍ଟ ର ମୁଖ୍ୟ ଫାଟକ ରେ ସତ୍ୟାଗ୍ରହରେ ବସିଛନ୍ତି ବାଲିଗୁଡା ଓକିଲ ସଂଘ ର ସମସ୍ତ ଓକିଲମାନେ। କନ୍ଧମାଳ ରୁ ମନୋଜ କୁମାର ପଣ୍ଡାଙ୍କ ରିପୋର୍ଟ,୧୨/୧୨/୨୦୨୨--୧୨,୫୦ Sakhigopal News,12/12/2022



