ads

Breaking News

ଲରମ୍ଭା ମହାବିଦ୍ୟାଳୟ ଠାରେ ଆନ୍ତର୍ଜାତୀୟ ମାନବିକ ଅଧିକାର ଦିବସ ପାଳିତ



 ବରଗଡ଼--- ବରଗଡ ଜିଲ୍ଲା ଅଗ୍ରଣୀ ଶିକ୍ଷା କେନ୍ଦ୍ର ଲରମ୍ଭା ମହାବିଦ୍ୟାଳୟ ଠାରେ ଆନ୍ତର୍ଜାତୀୟ ମାନବିକ ଅଧିକାର ଦିବସ ପାଳିତ ହୋଇଯାଇଛି। ଏଥିରେ ମହାବିଦ୍ୟାଳୟ ର ଅଧ୍ୟକ୍ଷ ଡଃ ପ୍ରମୋଦ କୁମାର ଭୋଇ ସଭାପତିତ୍ବ କରିଥିଲେ। ପ୍ରଫେସର ଦିଲିପକୁମାର ସାହୁ, ଶୁଶିଲ କୁମାର ପ୍ରଧାନ, ଗଣେଶ ସିଂ ଯୋଗ ଦେଇ ଦିବସର ମହନୀୟତା ବିଷୟରେ ଆଲୋଚନା କରିଥିଲେ। ପ୍ରଫେସର ରବିନାରାୟଣ ନାୟକ, ପ୍ରଫେସର ପବିତ୍ର ମାହାଣା, ଓଡିଆ ବିଭାଗ ର ପ୍ରଫେସର ଡକ୍ଟର ଅଜିତ କୁମାର ନାଥ  ନିଜସ୍ବ ବକ୍ତବ୍ୟ ପ୍ରଦାନ  କହିଥିଲେ। ସଂଗିତା ବାଗ, ଭାବନା ଆଚାର୍ଯ୍ଯ, କମଲିନୀ ପୋଢ, ନିକିତା ସାହୁ ରେଣୁ ଚୌଧୁରୀ, ଜନ୍ମଜୟ ଦୋରା ମାନବାଧିକାର ଉପରେ ଆଧାରିତ ବକ୍ତବ୍ୟ ରଖିଥିଲେ। ପରିଶେଷରେ ପ୍ରଫେସର ସମୀର କୁଂମହାର ଧନ୍ୟବାଦ ଅର୍ପଣ କରିଥିଲେ। ବରଗଡ଼ ରୁ ଭବାନୀ ଶଙ୍କର ପାଢୀ ଙ୍କ ରିପୋର୍ଟ,୧୧/୧୨/୨୦୨୨---୮,୩୫ Sakhigopal News,11/12/2022

ads

Blog Archive