ads

Breaking News

ପିପିଲି ରୁ ଅବକାରୀ ବିଭାଗ ୯୬ଗ୍ରାମ ଧଳା ଜହର ଜବତ


 ପିପିଲି-- ପୁରୀ ଅବକାରୀ ଅଧିକ୍ଷକ ଶ୍ରୀ ଜଗଦୀଶ ଚନ୍ଦ୍ର ସାମଲଙ୍କ ନିର୍ଦେଶକ୍ରମେ ପିପିଲି ଅବକାରୀ ଥାନା ଉପନିରିକ୍ଷକ ଶ୍ରୀଯୁକ୍ତ ରଙ୍କନିଧି ମଲ୍ଲିକଙ୍କ ନେତୃତ୍ୱରେ ଏକ ଟିମ ପିପିଲି ଥାନା ଅଧୀନ ଜଗନ୍ନାଥପୁର ଛକରେ ଅବସ୍ଥିତ ଜଗନ୍ନାଥ ମନ୍ଦିର ନିକଟରେ ଚଢ଼ାଉ କରିଥିଲା । ପ୍ରଦୀପ୍ତ ସ୍ୱାଇଁ ,36ବର୍ଷଙ୍କୁ ଗିରଫ କରି ତାଙ୍କଠାରୁ 96 ଗ୍ରାମ ବ୍ରାଉନ ସୁଗାର (ହେରୋଇନ )ଜବତ କରାଯାଇଛି। ତାପରେ ପିପିଲି ଅବକାରୀ ଥାନା କେଶ ନମ୍ବର 80 /22-23ରେ କୋର୍ଟ ଚାଲାଣ କରାଯାଇଥିଲା ଜାମିନ ନାମଞ୍ଜୁର ହେବାରୁ ପୁରୀ କାରାଗାରକୁ ପଠାଯାଇଛି । ସମୁଦାୟ ଜବତ ବ୍ରାଉନ ସୁଗାରର ମୂଲ୍ୟ ପ୍ରାୟ 9,60,000 ଟଙ୍କାରୁ ଉର୍ଦ୍ଧ ହେବ ।ଏହି ଚଢ଼ାଉରେ ଅବକାରୀ SI ନାରାୟଣ ବେହେରା, ସ୍ୱୟଂପ୍ରଂଜ୍ଞା ସୁଭଦର୍ଶନୀ ନାୟକ ଏବଂ ଅବକାରୀ କର୍ମଚାରୀ ଦୀନବନ୍ଧୁ ବାରିକ, ତପନ ପ୍ରଧାନ , ପ୍ରବୀନ ବିରାଜ କିରୋ, ଆଶିଷ ପ୍ରଧାନ ପ୍ରମୁଖ ସାମିଲ ଥିଲେ। ପିପିଲି ରୁ ବିଜୟ କୁମାର ମହାପାତ୍ରଙ୍କ ରିପୋର୍ଟ, ୧୩/୧୨/୨୦୨୨----୧୧,୧୫ Sakhigopal News,12/12/2022

ads

Blog Archive

Popular Posts