ବ୍ଲକ ସ୍ତରିୟ ଜନଶୁଣାଣୀ ଶିବିର ଅନୁଷ୍ଠିତ
ନୟାଗଡ ---- ଭାପୁର ପଞ୍ଚାୟତ ସମିତି ସଭାଗୃହ ରେ ଜିଲ୍ଲାପାଳ ଶ୍ରୀ ରବୀନ୍ଦ୍ରନାଥ ସାହୁ ଙ୍କ ଅଧକ୍ଷତାରେ ବ୍ଲକ ସ୍ତରିୟ ଜନଶୁଣାଣୀ ଶିବିର ଅନୁଷ୍ଠିତ ହୋଇଯାଇଛି।ଏହି ଶିବିରରେ ଜିଲ୍ଳାପାଳ ଶ୍ରୀ ସାହୁ ଲୋକମାନଙ୍କ ର ବିଭିନ୍ନ ଅଭିଯୋଗ ଶୁଣିଥିଲେ। ସମୁଦାୟ ୧୧୦ଗୋଟି ଅଭିଯୋଗ ପଞ୍ଜୀକୃତ ହୋଇଥିଲା।ସେଥିମଧ୍ୟରୁ ବ୍ୟକ୍ତିଗତ ଭାବେ ୮୫ଟି ଅଭିଯୋଗ ,ସାମୁହିକ ଗ୍ରାମ ବିବାଦ ୦୫ ଗୋଟିର ଶୁଣାଣି କରାଯାଇ ସମୁଦାୟ ୫୮ ଗୋଟି କେଶର ତତ୍କାଳୀନ ସମାଧାନ କରାଯାଇଥିଲା।ସେହିପରି ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡ ରୁ ୨୦ଜଣ ଦରଖାସ୍ତ କାରୀଙ୍କୁ ଅର୍ଥାତ ସହାୟତା ମଜୁର କରାଯାଇଥିଲା।ଅବଶିଷ୍ଟ କେସ ଗୁଡିକୁ ସମାଧାନ ନିମନ୍ତେ ସମ୍ପୃକ୍ତ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଥିଲା।
ଏହି ଜନଶୁଣାଣି ଶିବିର ରେ ଅତିରିକ୍ତ ଜିଲ୍ଲା ଆରକ୍ଷୀ ଅଧକ୍ଷଙ୍କ ଶ୍ରୀ ଉମାକାନ୍ତ ମଲ୍ଲିକ,ମୁଖ୍ୟ ଉନୟନ ଅଧିକାରୀ-ତଥା-କାର୍ଯ୍ୟନିର୍ବାହୀ ଅଧିକାରୀ ,ଜିଲ୍ଲା ପରିଷଦ ଶ୍ରୀ ସୁବାସ ଚନ୍ଦ୍ର ରାୟ ,ଉପଜିଲ୍ଲାପାଳ ଶ୍ରୀ ଶକ୍ତି କାନ୍ତ ରାୟ ,ଅଧକ୍ଷା ଭାପୁର ପଞ୍ଚାୟତ ସମିତି ,ଗୋଷ୍ଟି ଉନୟନ ଅଧିକାରୀ ଭାପୁର,ତହସିଲଦାର ଭାପୁର,ଡେପୁଟି କଲେକ୍ଟର (ଅଭଯୋଗ)ଆୟୁଶି ମହାପାତ୍ର ,ଅତିରିକ୍ତ ଗୋଷ୍ଠିଉନାୟନ ଅଧିକାରୀ ଭାପୁର,ଭାରପ୍ରାପ୍ତ ଥାନା ଅଧିକାରୀ ଭାପୁର,ଜିଲ୍ଲା ସ୍ତରିୟ ଅଧିକାରୀ ଏବଂ ଲାଇନ ବିଭାଗର ଅଧିକାରୀ ମାନେ ଉପସ୍ଥିତ ରହି ବିଭିନ୍ନ ସମସ୍ୟା ଗୁଡ଼ିକ ଶୁଣାଣୀ ସମୟରେ ସହଯୋଗ କରିଥିଲେ ।




