ads

Breaking News

ସାବିତ୍ରୀ ମହିଳା ମହାବିଦ୍ୟାଳୟ ଇଂରାଜୀ ବିଭାଗ ପାଠ ଚକ୍ର



ଭଞ୍ଜନଗର--- ସ୍ଥାନୀୟ ସାବିତ୍ରୀ ମହିଳା ମହାବିଦ୍ୟାଳୟ ପରିସରରେ ଇଂରାଜୀ ବିଭାଗ ପକ୍ଷରୁ ଏକ ପାଠ ଚକ୍ର ଆୟୋଜିତ ହୋଇଯାଇଛି। ଅଧ୍ୟକ୍ଷ ଡ଼ ଜୟରାମ ସେନାପତିଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ପାଠ ଚକ୍ର କୁ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟ ର ଇଂରାଜୀ ବିଭାଗ ମୁଖ୍ୟ ପ୍ରଫେସର ସାତ୍ୟକି ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦଘାଟନ କରିଥିଲେ। ଏଥିରେ କେଏସୟୁବି କଲେଜ୍ ଇଂରାଜୀ ବିଭାଗ ଅଧ୍ୟାପକ ପ୍ରଫେସର ବିଭାସ ଦାଶ ମୁଖ୍ୟବକ୍ତା ଭାବେ ଯୋଗଦେଇ ଅଭିଜ୍ଞାନ ଶକୁନ୍ତଳା ଅଧ୍ୟୟନ ରେ ରସ ଶାସ୍ତ୍ର ଉପରେ ସୁନ୍ଦର ଅବତାରଣା କରିଥିଲେ। ସାବିତ୍ରୀ ମହିଳା ମହାବିଦ୍ୟାଳୟ ଇଂରାଜୀ ବିଭାଗ ମୁଖ୍ୟ ସନ୍ଧ୍ୟାରାଣୀ ପ୍ରଧାନ ଓ ଅଧ୍ୟାପିକା ସୋନା ରାଓ ଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ+୩ ଶେଷ ବର୍ଷ ଛାତ୍ରୀ ମିସ୍ ସ୍ନେହାଶ୍ରୀ ଜେନା ସନ୍ଦର୍ଭ ପାଠ କରିଥିଲେ। ପ୍ରାରମ୍ଭରେ ପାଠ ଚକ୍ର ସମ୍ପାଦକ ସ୍ୱାଗତିକା ବୈଠାରୁ ବାର୍ଷିକ ବିବରଣୀ ପାଠ କରିଥିଲେ। ସହ ସମ୍ପାଦିକା ଆରତୀ ଭୂୟାଁ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ। ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୭/୧୨/୨୦୨୨---୮,୨୦

ads

Blog Archive